ନୂଆଦିଲ୍ଲୀ: ବଲିଉଡ ଦୁନିଆରେ ଏବେ ବାୟୋପିକ୍ ଫିଲ୍ମର ଟ୍ରେଣ୍ଡ ଜାରି ରହିଛି । ଗତ କିଛି ବର୍ଷ ମଧ୍ୟରେ ଅନେକ ବ୍ୟକ୍ତିତ୍ୱଙ୍କ ବାୟୋପିକ୍ ପ୍ରସ୍ତୁତ ହୋଇଛି । ଏମ.ଏସ ଧୋନୀ, ଅଝର୍, ଚନ୍ଦୁ-ଦ ଚମ୍ପିଆନ୍ ଏବଂ ସାମ ବାହାଦୂର ପରି ଅନେକ ବାୟୋପିକକୁ ଦର୍ଶକ ପସନ୍ଦ କରିଛନ୍ତି । ବର୍ତ୍ତମାନ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ ବାୟୋପିକ୍ ହେବାକୁ ଯାଉଛି । ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କ ଜୀବନୀକୁ ନେଇ ଏକ ସିନେମା ପ୍ରସ୍ତୁତ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ହରଭଜନ ସିଂହଙ୍କ ବାୟୋପିକ୍ ପ୍ରସ୍ତୁତ କରିବା ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ ଏ ନେଇ ହରଭଜନଙ୍କ ପତ୍ନୀ ଗୀତା ବସେରା ମଧ୍ୟ ପ୍ରକାଶ କରିଛନ୍ତି । ଏହାସହିତ ହରଭଜନଙ୍କ ବାୟୋ ପିକରେ କେଉଁ ଅଭିନେତାଙ୍କୁ ମୁଖ୍ୟ ଭୂମିକା ଦିଆଯିବା ଉଚିତ୍, ସେ ନେଇ ମଧ୍ୟ ସ୍ପଷ୍ଟ କହିଛନ୍ତି ଗୀତା । ସେ କହିଛନ୍ତି ଯେ, ହରଭଜନଙ୍କ ବାୟୋପିକ୍ ହେବା ଉଚିତ୍ । ଯେବେ ବି ଫିଲ୍ମ ହେବ, ଏଥିରେ ମୁଖ୍ୟ ଭୂମିକାରେ ବା ହରଭଜନଙ୍କ ଭୂମିକା ଭିକି କୌଶଲଙ୍କୁ ମିଳିବା ଉଚିତ୍ । ହରଭଜନଙ୍କ ଚରିତ୍ରକୁ ଭିକି କୌଶଳ ସମ୍ପୂର୍ଣ୍ଣ ଭାବରେ ଫିଟ୍ ହେବେ ବୋଲି କହିଛନ୍ତି ଗୀତା ।
କାହିଁକି ଭିକି କୌଶଲ?
ଭିକି କୌଶଲଙ୍କୁ କାହିଁକି ହରଭଜନଙ୍କ ଚରିତ୍ର ପାଇଁ ନିଆଯିବ ବୋଲି ପଚାରିବାରୁ ଗୀତା ଏହାର ସୁନ୍ଦର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, “ପ୍ରଥମେ ତ ଭିକି ହେଉଛନ୍ତି ପଞ୍ଜାବୀ ଏବଂ ସେ ପ୍ରକୃତ ପଞ୍ଜାବୀ ପିଣ୍ଡୱାଲୀ କହିଥାନ୍ତି । ସେ ଖୁବ ଭର୍ସାଟାଇଲ ଅଭିନେତା ବୋଲି ଗୀତା ପ୍ରକାଶ କରିଛନ୍ତି । ଭିକିଙ୍କ ଭିତରେ କୌଣସି ଚରିତ୍ରରେ ହଜିଯିବାର କଳା ରହିଛି । ତେଣୁ ଭଜ୍ଜିଙ୍କ ଚରିତ୍ରକୁ ମଧ୍ୟ ସେ ଫିଟ୍ ରହିବେ ବୋଲି କହିଛନ୍ତି ଗୀତା ବସେରା ।”
View this post on Instagram
ଏ ନେଇ ହରଭଜନ ମଧ୍ୟ ଖୁଲାସା କରିଛନ୍ତି । ସେ ମଧ୍ୟ ନିଜ ଚରିତ୍ରରେ ଭିକି କୌଶଲଙ୍କୁ ଦେଖିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, “ବର୍ତ୍ତମାନ ସମୟରେ ଭିକି ଜଣେ ଲୋକପ୍ରିୟ ଅଭିନେତା । ସେ ‘ସାମ ବାହାଦୂର’ ଭଳି ସିନେମାରେ ଅଭିନୟ କରି ନିଜ ଟାଲେଣ୍ଟ ଦେଖାଇ ସାରିଛନ୍ତି । ଏହାବ୍ୟତୀତ ‘ସରକାର ଉଦ୍ଧମ’ଭଳି ବାୟୋପିକରେ ମଧ୍ୟ ସେ କାମ କରି ସାରିଛନ୍ତି । ତେଣୁ ମୋ ଚରିତ୍ରରେ ଭିକି ଏକଦମ୍ ଫିଟ୍ ହୋଇପାରିବେ ।”