fbpx

(Video) UPI ପେମେଣ୍ଟ ନାମରେ ନୂଆ ଠକେଇ, ଏପରି ଫସାଉଛନ୍ତି ସ୍କାମର୍ସ, ଜାଣନ୍ତୁ କିପରି ବଞ୍ଚିବେ

ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ନାମରେ ଏକ ନୂଆ ଉପାୟରେ ଠକେଇ ହେବା ଜଣାପଡିଛି। ଯଦି ଆପଣ ବି ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ଏଭଳି ଫ୍ରଡରୁ ସାବଧାନ ରହିବାକୁ ପଡିବ। ସ୍କାମର୍ସ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି। ଲୋକଙ୍କୁ କେବେ କେବେ ଉପହାର ନାମରେ, କେବେ କେବେ ଡେଲିଭରୀ ନାମରେ ତ କେବେ ପ୍ରାଇଜ ମନି ନାମରେ ଠକାଯାଉଛି। ୟୁପିଆଇ ପେମେଣ୍ଟ ନାମରେ କରାଯାଉଥିବା ଏହି ଠକେଇ ନିଷୟରେ ଜଣେ ୟୁଜର ଏକ୍ସରେ ସୂଚନା ସେୟାର କରିଛନ୍ତି।

ୟୁଜର ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସାଇବର ଠକ ନିଜକୁ ବ୍ୟାଙ୍କର ରିପ୍ରେଜେଣ୍ଟେଟିଭ କହି ଆକାଉଣ୍ଟର କେୱାସି ଅପଡେଟ କରିବାକୁ କହୁଛି। ଏଥିପାଇଁ ଏକ ଲିଙ୍କ ପଠାଯାଉଛି ଏବଂ ଏକ ୱେବସାଇଟକୁ ଯିବା ପାଇଁ କୁହାଯାଉଛି। ୱେବସାଇଟରେ ଯିବାପରେ ୟୁଜସରଙ୍କୁ ୟୁପିଆଇ ପିନ ଜାରି କରିବାକୁ ଅପସନ ଦିଆଯାଉଛି।

ୟୁଜର ଏହି ଠକେଇକୁ ବୁଝିପାରୁଛନ୍ତି ଏବଂ ପିନ ଏଣ୍ଟର କରୁନାହାନ୍ତି, ହେଲେ ଏଭଳି ଅନେକ ୟୁଜର ଅଛନ୍ତି, ଯାହାକୁ ସାଇବର ଅପରାଧୀ ଖୁବ ସହଜରେ ନିଜ ଜାଲରେ ଫଶାଇପରୁଛନ୍ତି। ଏଭଳି ଠକଙ୍କ ପାଇଁ ସ୍କାମର୍ସ ନକଲି ନମ୍ବର ବ୍ୟବହାର କରୁଛନ୍ତି।

Get real time updates directly on you device, subscribe now.