fbpx

ନୋକିଆ ଫୋନରେ UPI ପେମେଣ୍ଡ ସପୋର୍ଟ : କମ ଦାମରେ ପାଇବେ ଦମଦାର ଫିଚର

Advertisement

ନୂଆଦିଲ୍ଲୀ : ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଅଧିକ ହେଉଥିବାରୁ ଫିଚର ଫୋନର ବ୍ୟବହାର କମ ହୋଇଯାଉଛି । ଏନେଇ ନୋକିଆ ବ୍ରାଣ୍ଡେଡ ମୋବାଇଲ ଫୋନ ପଛରେ ଥିବା କମ୍ପାନୀ ଏଚଏମଡି ଗ୍ଲୋବାଲ, ବର୍ତ୍ତମାନ ଭାରତରେ ୨ଟି ଫୋନ ଲଞ୍ଚ କରିଛି । ନୂଆଁରେ ଲଞ୍ଚ ହୋଇଥରବା ଫୋନ – ନୋକିଆ110 4G (2023)ଏବଂ ନୋକିଆ 110 2G (2023)। ୨୦୨୧ରେ ଲଞ୍ଚ ହୋଇଥିବା ନୋକିଆ 110 4G ମଡେଲର ଅପଗ୍ରେଡ୍ ଭାବେ ଏହି ଫୋନ୍ ଲଞ୍ଚ ହୋଇଛି । ନୂଆ ନୋକିଆ 110 4G ଏବଂ ନୋକିଆ 110 2G ଫିଚରରେ ଭଲ ବ୍ୟାଟେରୀ ଲାଇଫ , କମ୍ପାକ୍ଟ ଡିଜାଇନ୍ ସହିତ UPI ପେମେଣ୍ଟ ସପୋର୍ଟର ସୁବିଧା ରହିଛି । ଉଭୟ ହ୍ୟାଣ୍ଡସେଟରେ ମାଇକ୍ରୋ ଏସ୍‌ଡି କାର୍ଡ ସପୋର୍ଟ ସହ 3.5 mm ଅଡିଓ ଜ୍ୟାକ୍ ଏବଂ ଗୋଟିଏ QVGA ରିଅର ଫ୍ୟାସିଙ୍ଗ କ୍ୟାମେରା ରହିଛି ।

ଆସନ୍ତୁ ଜାଣିବା କଣ ରହିଛି ନୋକିଆ 110 4G ର ସ୍ପେସିଫିକେସନ : ନୋକିଆ 110 4G ରେ QQVGA ରେଜୋଲ୍ୟୁସନ ସହିତ ୧.୮ ଇଞ୍ଚର ଡିସ୍‌ପ୍ଲେ ରହିଛି । ଏହା S30 + ବେସ୍‌ଡ ସଫ୍ଟୱେରରେ ଚାଲିଥାଏ ଏବଂ ଏଥିରେ ଏକ QVGA ରିଅର ଫ୍ୟାସିଙ୍ଗ କ୍ୟାମେରା ରହିଛି । କନେକ୍ଟିଭିଟି ଅପ୍ସନରେ ବ୍ଲୁଟୁଥ୍ v5.0, 3.5 mm ଅଡିଓ ଜ୍ୟାକ୍, ମାଇକ୍ରୋ- USB 2.0 ପୋର୍ଟ ଏବଂ 2G, 3G, ଏବଂ 4G ନେଟୱର୍କ ସାମିଲ ରହିଛି ।
ଫୋନ୍ ଡୁଆଲ୍ ସିମ୍ କାର୍ଡକୁ ସପୋର୍ଟ କରେ ଏବଂ ମାଇକ୍ରୋ ଝଊ କାର୍ଡ ସହିତ ୩୨ ଜିବି ପର‌୍ୟ୍ୟନ୍ତ ଷ୍ଟୋରେଜ୍ର ସୁବିଧା ରହିଛି । ଏହା ପାଣି ଏବଂ ଧୂଳି ଠାରୁ ସୁରକ୍ଷା ପାଇଁ ଓଚ୫୨ ରେଟିଂ ସହିତ ଆସୁଛି । ଏହା ମିଡନାଇଟ୍ ବ୍ଲୁ ଏବଂ ଆର୍କଟିକ୍ ପର୍ପଲ କଲରରେ ଉପଲବ୍ଧ ହେଉଛି । ଏହା ୪୫୦ଜ୍ଞଇଷ ବ୍ୟାଟେରୀ ସହ ୧୨ ଦିନ ପର‌୍ୟ୍ୟନ୍ତ ଚାଲିଥାଏ ।

ଆସନ୍ତୁ ଜାଣିବା କଣ ରହିଛି ନୋକିଆ ୧୧୦ ୨ଏ ର ଫିଚର : ନୋକିଆ 110 2G QQVGA ରେଜୋଲ୍ୟୁସନ ସହିତ ୧.୮-ଇଞ୍ଚ ଡିସପ୍ଲେ ସହ ଆସୁଛି । ଏହା S30 + ବେସ୍‌ଡ ସଫ୍ଟୱେୟାରରେ ଚାଲିଥାଏ ଏବଂ ଏଥିରେ ଏକ QVGA ରିଅର ଫ୍ୟାସିଙ୍ଗ କ୍ୟାମେରା ରହିଛି । ଏହା 2G, GSM 900/1800 ନେଟୱାର୍କ ବ୍ୟାଣ୍ଡକୁ ସପୋର୍ଟ କରେ । ଫୋନ୍ କନେକ୍ଟିଭିଟି ପାଇଁ ଏକ ଡୁଆଲ୍ ସିମ୍ କାର୍ଡ ସ୍ଲଟ୍ ଏବଂ ମାଇକ୍ରୋ ୟୁଏସବି ପୋର୍ଟ (୧.୧) ରହିଛି ।

ଜାଣି ରଖନ୍ତୁ କେତେ ରହିଛି ଏହାର ମୂଲ୍ୟ : ନୋକିଆ 110 4Gର ମୂଲ୍ୟ ୨,୪୯୯ ଟଙ୍କା ଥିବାବେଳେ ନୋକିଆ 110 2Gର ମୂଲ୍ୟ ୧,୬୯୯ ରହିଛି । ଏହି ନୋକିଆ ହ୍ୟାଣ୍ଡସେଟଗୁଡିକ ନୋକିଆ ଡଟ୍ କମ୍ ଏବଂ ରିଟେଲ ଷ୍ଟୋର୍‌ରୁ ମଧ୍ୟ କିଣା ଯାଇପାରିବ ।

Get real time updates directly on you device, subscribe now.