SBI ଗ୍ରାହକ ଜାଣିରଖନ୍ତୁ, ଏହି ଦିନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ UPI ସେବା

ଏହି ଦିନ କରିପାରିବେନି ଟ୍ରାଞ୍ଜାକ୍ସନ। ସୂଚନା ଦେଲା SBI।

ନୂଆଦିଲ୍ଲୀ: ଆପଣ ଯଦି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI)ର ଜଣେ ଗ୍ରାହକ, ତାହାଲେ ଏହି ଖବର ଆପଣଙ୍କ ପାଇଁ।  SBI ସୋସିଆଲ ମିଡିଆ Xରେ UPI ସର୍ଭିସକୁ ନେଇ ଏକ ପୋଷ୍ଟ କରିଛି।

ସେବାରେ ବାଧା ଏବଂ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ବ୍ୟାଙ୍କର ଡିଜିଟାଲ ଟ୍ରାଞ୍ଜାକ୍ସନ ପ୍ଲାଟଫର୍ମ UPI ଉପରେ ପ୍ରଭାବ ପଡିବାକୁ ଯାଉଛି। ତେଣୁ ଏହି ବିଷୟରେ SBI ତାର ଗ୍ରାହକମାନଙ୍କୁ ଅବଗତ କରିଛି।

SBIର ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଏହି ଅପଡେଟ୍ ସେହି SBI ଉପଭୋକ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେଉଁମାନେ ମୁଖ୍ୟତଃ ସେମାନଙ୍କର ଆର୍ଥିକ କାରବାର ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଏବଂ ଡିଜିଟାଲ ବ୍ୟାଙ୍କିଂ ସେବା ଉପରେ ନିର୍ଭର କରନ୍ତି।

SBIର ସୂଚନା: SBI ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୫ ମସିହା ଜୁଲାଇ ୨୨ ତାରିଖରେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ UPI ସେବାଗୁଡ଼ିକ ରାତି ୧୨:୧୫ରୁ ୦୧:୦୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଅର୍ଥାତ୍ ଏହି ସମୟ ମଧ୍ୟରେ ଆପଣ UPI ମାଧ୍ୟମରେ ଟଙ୍କା କାରବାର କରିପାରିବେ ନାହିଁ। SBI ଉପଭୋକ୍ତାମାନେ ନିର୍ଦ୍ଧାରିତ ସମୟରେ ଡିଜିଟାଲ୍ ପେମେଣ୍ଟ ପାଇଁ UPI ଲାଇଟ୍ ସେବା ବ୍ୟବହାର କରିପାରିବେ।

UPI LITE କିପରି ବ୍ୟବହାର କରିବେ: 

BHIM SBI PAY ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ଓପନ୍ କରନ୍ତୁ।

ଆପ୍ ରେ “UPI LITE” ଉପରେ ଟ୍ୟାପ୍ କରନ୍ତୁ।

ଆପ୍ ଆପଣଙ୍କୁ ପ୍ରଥମେ UPI LITE ୱାଲେଟରେ ଟଙ୍କା ଲୋଡ୍ କରିବାକୁ କହିବ।

ଆପଣ ଟଙ୍କା ଲୋଡ୍ କରିବା ମାତ୍ରେ, UPI LITE  ସକ୍ଷମ ହୋଇଯିବ।

UPI LITE ସୀମା କେତେ:
ଥରେ ଲୋଡ୍ କରିବାକୁ ସର୍ବାଧିକ ପରିମାଣ: ୨୦୦୦
ଗୋଟିଏ କାରବାର ପାଇଁ ସର୍ବାଧିକ ସୀମା: ୫୦୦
ଗୋଟିଏ ଦିନରେ ସର୍ବାଧିକ ମୋଟ ଖର୍ଚ୍ଚ ସୀମା: ୪୦୦୦

UPI LITE ବ୍ୟବହାର କରିବା ପାଇଁ UPI PIN ଆବଶ୍ୟକ କି:

ଆମେ ଆପଣଙ୍କୁ କହି ରଖୁଛୁ ଯେ UPI Lite ରେ PIN ଆବଶ୍ୟକ ନାହିଁ। BHIM SBI Pay ମାଧ୍ୟମରେ ଛୋଟ ପେମେଣ୍ଟ ଶୀଘ୍ର ଏବଂ ସହଜରେ କରାଯାଇପାରିବ। BHIM SBI Pay ଆପ୍ ମାଧ୍ୟମରେ ଆପଣ ଯେକୌଣସି ସମୟରେ UPI LITE ବନ୍ଦ କରିପାରିବେ।