UPI ରେ ଚାଲିଛି ସାରା ଜମାନା: Digital Transactionରେ ମୁଖିଆ ହେଲା ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସବୁତକ କାମ ଡିଜିଟାଲ ମୋଡରେ କରୁଛନ୍ତି ଲୋକେ । ପନିପରିବାରୁ ଆରମ୍ଭ କରି ବଡ଼ ବଡ଼ ଜିନିଷ କିଣିବା ପର୍ଯ୍ୟନ୍ତ ସବୁଠି ଡିଜିଟାଲ ପେମେଣ୍ଟକୁ ମିଳୁଛି ଅଗ୍ରାଧିକାର । ତେଣୁ ୍ରୂଖୁବଶୀଘ୍ର ସାରା ବିଶ୍ୱ କାସଲେସ ଦିଗକୁ ଗତି କରୁଛି ବୋଲି କୁହାଯାଉଛି । ଏହାମଧ୍ୟରେ ଏକ ରିପୋର୍ଟ ଏହି ଭାରତରେ ଡିଜିଟାଲ ପେମେଣ୍ଟ ଉପରେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଭାରତର ୟୁପିଆଇ(ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ) ବିଶ୍ୱସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି । ସାରା ଭାରତରେ ୟୁପିଆଇ ଟ୍ରାଞ୍ଜାକ୍ସନର ରୂପରେଖ ବଦଳାଇ ଦେଇଛି ।

ରିପୋର୍ଟ ଅନୁସାରେ, ୨୦୧୬ରେ ଭାରତ ସୃଷ୍ଟି କରିଥିବା ୟୁପିଆଇ ଏବେ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ପାଇଛି । ଅକ୍ଟୋବର ୨୦୨୩ ପଯ୍ୟନ୍ତ ଖୁଚୁରା ଡିଜିଟାଲ ପେମେଣ୍ଟ ସମୟରେ ୭୫ ପ୍ରତିଶତ ଟ୍ରାଞ୍ଜାକ୍ସନ ୟୁପିଆଇ ଜରିଆରେ ହୋଇଥିଲା । ଗ୍ରାଠୁ ସହର ସବୁଠି ଡିଜିଟାଲ ପେମେଣ୍ଟ ପ୍ରତି ଆକୃଷ୍ଟ ହେଉଛନ୍ତି ଲୋକେ । ରିସର୍ଚ୍ଚ ଅନୁସାରେ, କମ୍ ଇଣ୍ଟରନେଟ ଏବଂ ଡିଜିଟାଲ ଟେକନିକ ୟୁପିଆଇକୁ ଅଧିକ ଲୋକପ୍ରିୟ କରାଇପାରିଛି । ଏହାବ୍ୟତୀତ ଟଙ୍କା ଟ୍ରାଞ୍ଜାକ୍ସନ ସହିତ ଅନ୍ୟ ବର୍ଗ ପାଇଁ ଲୋନ ମଧ୍ୟ ଯୋଗାଉଛି ୟୁପିଆଇ ।

ସବପ୍ରାଇମ ଏବଂ ନୂଆ କ୍ରେଡିଟ କାର୍ଡ ଉପଭୋକ୍ତାଙ୍କୁ ଲୋନ୍ ଯୋଗାଇଦେବାରେ ମଧ୍ୟ ସାହାଯ୍ୟ କରୁଛି ୟୁପିଆଇ । ଫିନଟେକ୍ କମ୍ପାନୀ ମଧ୍ୟ ୟୁପିଆଇ ସାହାଯ୍ୟରେ ୨୦୧୫-୨୦୧୯ ରେ ଛୋଟ ତଥା ବଞ୍ଚିତ ଉଧାରକର୍ତ୍ତାଙ୍କୁ ଦିଆଯାଉଥିବା ଲୋନ ମାତ୍ରା ୭୭ ଗୁଣ ବୃଦ୍ଧି କରିଛି । ୟୁପିଆଇ ଟ୍ରାଞ୍ଜାକ୍ସନରେ ୧୦% ବୃଦ୍ଧି ସହିତ ଲୋନ ଉପଲବ୍ଧତାରେ ୭% ବୃଦ୍ଧି ରେକର୍ଡ କରାଯାଇଛି । ଡିଜିଟାଲ ଆର୍ଥିକ ଇତିହାସରେ ଲୋନ ଦେଉଥିବା ଲୋକମାନଙ୍କୁ ମଧ୍ୟ ଉଚିତ ନିର୍ଣ୍ଣୟ ନେବାରେ ସହାୟକ ହେଉଛି ୟୁପିଆଇ ପେମେଣ୍ଟ ।