fbpx
BSKY
BJD MC SKY
BJD YOUTH SKY

ସେକ୍ସର ଇଚ୍ଛାକୁ କଣ୍ଟ୍ରୋଲ କରିବା ପାଇଁ ପରାମର୍ଶ ଦେବା ଭୁଲ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଦିନ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ, ‘କିଶୋରମାନେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଦୁଇ ମିନିଟର ସୁଖ ପାଇଁ ନିଜକୁ ଉତ୍ସର୍ଗ କରିବା ଉଚିତ୍ ନୁହେଁ ।’ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ‘କେବଳ ହାଇକୋର୍ଟଙ୍କ ଦ୍ୱାରା କରାଯାଇଥିବା ପର୍ଯ୍ୟବେକ୍ଷଣଗୁଡିକ’ ‘ସମସ୍ୟାଗ୍ରସ୍ତ ‘ହେବା ସହ ବିଚାରରେ ଲାଗୁ ହୋଇଥିବା ଆଇନଗତ ନୀତିଗୁଡିକ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଉଜ୍ଜଲ ଭୁନିଆଙ୍କ ବେଞ୍ଚ ହାଇକୋର୍ଟଙ୍କ ନିଷ୍ପତ୍ତିର ସ୍ୱତଃ ସଜ୍ଞାନକୁ ନେଇ ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି । ଜଷ୍ଟିସ ଓକା ମୌଖିକ ବକ୍ତବ୍ୟରେ କହିଛନ୍ତି ଯେ,ଟ୍ରାଏଲ କୋର୍ଟ ଦ୍ୱାରା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଦ୍ୱାରା ପଲଟାଇ ଦିଆଯାଇଥିବା କାରଣ ସନ୍ଦେହଜନକ ମନେହୁଏ, ଯଦିଓ ସେ କହିଛନ୍ତି ଯେ ଏହି ପ୍ରସଙ୍ଗ ତାଙ୍କ ଆଗରେ ନାହିଁ ।

ଅନ୍ୟପକ୍ଷରେ, ମାମଲାର ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାର ବେଞ୍ଚକୁ କହିଛନ୍ତି ଯେ, ୧୮ ଅକ୍ଟୋବର ୨୦୨୩ ର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଶୀର୍ଷ କୋର୍ଟରେ ସେ ଆବେଦନ କରିଛନ୍ତି । ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ହୁଜୈଫା ଅହମ୍ମଦ ଏହି ବେଞ୍ଚକୁ କହିଛନ୍ତି ଯେ, ସରକାର ଦେଇଥିବା ଆବେଦନ ଅନ୍ୟ ଏକ ବେଞ୍ଚ ସମ୍ମୁଖରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି ।

ମାମଲା କ’ଣ ?
ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଯୁବକ ଯୁବତୀଙ୍କୁ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଛନ୍ତି । ଅଭିଯୁକ୍ତ ଏବଂ ନାବାଳିକା ପୀଡିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହାଇକୋର୍ଟ ଯୌନ ଅପରାଧରୁ ଛୁଆଙ୍କ ସଂରକ୍ଷଣ ଅଧିନିୟମ ଅର୍ଥାତ୍ ପୋକ୍ସେ ଉପରେ ଚିନ୍ତା ପ୍ରକଟ କରିଛନ୍ତି, ଯେଉଁଥିରେ କିଶୋରଙ୍କ ମଧ୍ୟରେ ସହମତିରେ କରାଯାଇଥିବା ଯୌନ ସମ୍ବନ୍ଧକୁ ଯୌନ ଶୋଷଣ ସଂହିତ ଯୋଡା ଯାଇଛି । ଏହି ନିଷ୍ପତ୍ତିରେ ହାଇକୋର୍ଟ ୧୬ ବର୍ଷରୁ ଅଧିକ କିଶୋରମାନଙ୍କ ମଧ୍ୟରେ ସମ୍ମତିଭିତ୍ତିକ ଯୌନ କାର୍ଯ୍ୟକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.