fbpx

୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ… ପୁଣି କରୋନାକୁ ନେଇ ଲୋକଙ୍କ ଛାତିରେ ଛନକା

ନୂଆଦିଲ୍ଲୀ: ଦେଶରେ ଥଣ୍ଡା ବଢିବା ସହ ବୃଦ୍ଧି ପାଉଛି କରୋନା ମହାମାରୀ । ସାରା ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଯାହାକୁ ରୋକିବା ପାଇଁ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଯାଇଛି । କୋଭିଡର ନୂଆ ଜେଏନ.୧ ଭାରିଆଣ୍ଟରେ ସଂକ୍ରମଣ ସଂଖ୍ୟା ୫୦୦ ଉପରକୁ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ବ୍ରେକ ଲାଗୁନାହିଁ । ତେଣୁ ଏହି ନୂଆ ଭାରିଆଣ୍ଟକୁ ନେଇ ଏବେ ଦେଶବାସୀଙ୍କ ମନରେ ଛନକା ପଶିଛି । ଏହାର ଭବିଷ୍ୟତ ମଧ୍ୟ ଲୋକଙ୍କୁ ଭୟରେ ପକାଇଦେଇଛି ।

ଦେଶରେ କରୋନା ମାମଲା ଉପରମୁହାଁ ହୋଇଛି । ବିଶେଷ କରି କୋଭିଡ ନୂଆ ଭାରିଆଣ୍ଟର ହବ୍ ପାଲଟିଛି କର୍ଣ୍ଣାଟକ ଏବଂ କେରଳ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ୟା ଭିତରେ ଦେଶରୁ ମୋଟ ୭୬୧ଟି ପଜିଟିଭ ମାମଲା ସାମନାକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ଲଗାତାର ବୃଦ୍ଧି ରେକର୍ଡ ହୋଇଛି । ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ମୋଟ ୧୨ ଜଣ କରୋନା ରୋଗୀ ପ୍ରାଣ ହରାଇ ସାରିଛନ୍ତି । ତେବେ ଦେଶରେ ବର୍ତ୍ତମାନ କରୋନାର ଆକ୍ଟିଭ ସଂକ୍ରମଣ ସଂଖ୍ୟା ୪,୩୩୪ରେ ପହଞ୍ଚିଛି । ତେବେ କରୋନାର ସବ୍ ଭାରିଆଣ୍ଟ ଜେଏନ.୧ ମାମଲାରେ ଲଗାତାର ବୃଦ୍ଧି ହେବାରେ ଲାଗିଛି । ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ୫୪୧ଟି ମାମଲା ସାମନାକୁ ଆସିଥିବା ବେଳେ ଏହି ଭାରିଆଣ୍ଟ ବର୍ତ୍ତମାନ ସାରା ଦେଶର ମୋଟ ୧୧ଟି ରାଜ୍ୟରେ ବ୍ୟାପି ସାରିଲାଣି ।

କେରଳରୁ ବର୍ତ୍ତମାନ ସୁଦ୍ଧା ୧୪୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହାବ୍ୟତୀତ ଗୋଆରୁ ୪୭, ଗୁଜୁରାଟରୁ ୩୬, ମହାରାଷ୍ଟ୍ରରୁ ୩୨ ଏବଂ କର୍ଣ୍ଣାଟକରୁ ୧୯୯ଟି ପଜିଟଠିଭ ସଂଖ୍ୟା ଚିହ୍ନଟ ହୋଇଛି । ତେବେ ରାଜସ୍ଥାନରେ ୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ତେଲେଙ୍ଗାନାରୁ ୨ ଏବଂ ଓଡ଼ିଶାରୁ ଜଣେ କରୋନାର ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.