fbpx

Breaking News: କଟକରେ ଗଡ଼ିବ ଲକ୍ଷ୍ମୀ ବସ, ମାତ୍ର ୫ ଟଙ୍କାରେ ମିଳିବ ଟିକେଟ

କଟକ: କଟକବାସୀଙ୍କ ପାଇଁ ଆସିଛି ଖୁସି ଖବର । କଟକରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଲକ୍ଷ୍ମୀ-ବସ । ଆଜି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଆଜି କଟକରେ ପହଞ୍ଚି ଏହି ଘୋଷଣା କରିଛନ୍ତି । ବାଲିଯାତ୍ରା ପଡ଼ିଆରେ ପାଣ୍ଡିଆନ ଆଜି ଏହି ସୂଚନା ଦେଇଛନ୍ତି । ତେବେ ଫେବ୍ରୁଆରୀ ଶେଷ ସୁଦ୍ଧା କଟକରେ ଏହି ସେବା ଆରମ୍ଭ କରାଯିବା ନେଇ ଯୋଜନା ରହିଛି ।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ବସ ଟିକେଟର ମୂଲ୍ୟ ୫ ଟଙ୍କା ରହିଥିବା ଜଣାପଡ଼ିଛି । ଏହା ସହିତ ପ୍ରତି ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି, ବ୍ୟାଙ୍କ ଖୋଲିବା ନେଇ ମଧ୍ୟ କହିଛନ୍ତି ୫-ଟି ଅଧ୍ୟକ୍ଷ । ଏହା ସହିତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଗାଇ ଦିଆଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପାଣ୍ଡିଆନ । ଜାନୁଆରୀ ୬ ତାରିଖରୁ ୧୬ ତାରିଖ ମଧ୍ୟରେ BSKY କାର୍ଡ଼ ପାଇଁ ଆବେଦନ କରିପାରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.