fbpx

(Video) ଚଳନ୍ତା ଟ୍ରେନ୍‌ରେ ରୁଦ୍ରାଭିଷେକ କଲେ ଯୁବକ; ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଲା ରେଳ ବଗି

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚଳନ୍ତା ଟ୍ରେନ୍‌ରେ ରୁଦ୍ରାଭିଷେକ ହେଉଥିବାର ଏହି ଭିଡିଓ ।  ଶିବ ଭକ୍ତିର ଏକ ଭିନ୍ନ ରୂପ । ଆପଣ ପୂର୍ବରୁ ମନ୍ଦିରରେ ରୁଦ୍ରାଭିଷେକ କରାଯାଉଥିବା ଦେଖିଥିବେ । ଟ୍ରେନ୍ ରେ ହିଁ ଜଣେ ଯୁବକ ଭଗବାନ ଶିବଙ୍କୁ ପୂଜା କରିବାରେ ଲିପ୍ତ ଥିଲେ। ସେ ରୁଦ୍ରାଭିଷେକ କରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ପୂଜକ ବେଶରେ ନଜର ଆସୁଛନ୍ତି । ଚଳନ୍ତା ଟ୍ରେନରେ ସେ ପୂଜା ର୍ଚ୍ଚନା କରୁଛନ୍ତି। ସେହିପରି ସିଟ୍ ସମ୍ମୁଖରେ ଶିବଲିଙ୍ଗକୁ ପୂଜା କରୁଛନ୍ତି। ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି ଯେ ଯୁବକ ଜଣକ ରୁଦ୍ରାଭିଷେକ କରୁଥିବା ଦେଖିବାକୁ ମିଳୁଛି। ଏଥିସହ ଯୁବକ ଜଣକ ମନ୍ତ୍ର ଜପ କରୁଥିବା ଦେଖିବାକୁ ମିଳିଛି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଆପଣ ମନ୍ତ୍ର ଚାଲୁଥିବା ମଧ୍ୟ ଶୁଣିପାରିବେ ।

ଏହି ଭିଡିଓକୁ ଜଣେ ଇନଷ୍ଟାଗ୍ରାମ ୟୁଜର ପୋଷ୍ଟ କରିଛନ୍ତି । ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଅନେକ ଲୋକ ଟ୍ରେନରେ ନମାଜ ପଢୁଥିବା ଦେଖିଥିବେ । ଏବେ ଟ୍ରେନ୍ ରେ ଯାତ୍ରା ସମୟରେ ଜଣେ ଶିବ ଭକ୍ତ ଭଗବାନ ଶିବଙ୍କୁ ଅଭିଷେକ କରୁଥିବାଦେଖନ୍ତୁ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪୬ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ତେବେ ଏହି ଭିଡିଓକୁ ୮ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଏହି ଭିଡିଓକୁ ନେଇ ୟୁଜର୍ସଙ୍କ ପ୍ରତିକ୍ରିୟା ମଧ୍ୟ ଆଶ୍ଚର୍ଯ୍ୟ ଜନକ ରହିଛି । ଜଣେ ୟୁଜର ଲେଖିଛନ୍ତି ଯେ ଅଭିଷେକ ହେଉଛି, ଏହା ଏକ ଭଲ କଥା କିନ୍ତୁ ଭୁଲ ହୋଇପାରେ, ଅଭିଷେକର ପାଣି କେଉଁଠି ରଖିବେ? ଏହା ତଳେ ପଡ଼ିଯିବ, ଲୋକଙ୍କ ପାଦରେ ଲାଗିବ, ଯେଉଁ ସ୍ଥାନରେ ଏହାକୁ ସ୍ଥିର କରାଯାଇଛି ସେଠାରେ ଯେଉଁ କାମ କରାଯିବା ଉଚିତ୍। ଯଦି ସେମାନେ ନମାଜ ପଢୁଛନ୍ତି, ତେବେ ଆପଣ ରାମଚରିତମାନସ ପଢ଼ିପାରିବେ । ଏଥିସହିତ ଅନେକ ୟୁଜର୍ସ ତାଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି।

 

 

Get real time updates directly on you device, subscribe now.