fbpx

UPSC ପ୍ରିଲିମିନାରୀ ପରୀକ୍ଷା ୨୦୨୪ ରେଜଲ୍ଟ ଘୋଷିତ

Advertisement

ନୂଆଦିଲ୍ଲୀ: ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି) ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୪ର ଫଳାଫଳ ଘୋଷଣା କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ https://upsc.gov.in/ ୱେବସାଇଟକୁ ଯାଇ ନିଜ ନିଜର ଫଳାଫଳ ଚେକ୍ କରିପାରିବେ । ଗତ ଜୁନ୍ ମାସ ୧୬ ତାରିଖରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୧୩.୪ ଲକ୍ଷରୁ ଅଧିକ ପ୍ରାର୍ଥୀ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ୨୦୨୪ ଦେଇଥିଲେ ।

ଦୁଇଟି ଶିଫ୍ଟରେ ୟୁପିଏସସି ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଥିଲା । ଜେନେରାଲ ଷ୍ଟଡିଜ (ପେପର-୧)ରେ ପ୍ରାର୍ଥୀମାନେ ଭାରତୀୟ ରାଜନୀତି, ଭୂଗୋଳ, ଇତିହାସ, ଭାରତୀୟ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ ଓ ଇକୋଲୋଜି ଓ ଇଣ୍ଟରନ୍ୟାସନାଲ ରିଲେସନ ଆଦି ବିଷୟର ପରୀକ୍ଷା ଦେଇଥିଲେ । ସିଭିଲ ସର୍ଭିସ ଆପ୍ଟିଟ୍ୟୁଡ ଟେଷ୍ଟ (ସିଏସଏଟି) ପେପର-୨ରେ ରିଜୋନିଂ ଓ ଆନାଲିଟିକାଲ ପ୍ରଶ୍ନ, ରିଡିଂ କମ୍ପ୍ରେହେନସନ ପ୍ରଶ୍ନ, ଡିସେସନ-ମେକିଂ ପ୍ରଶ୍ନ ରହିଥିଲା ।

ପ୍ରିଲିମ୍ସ ପରୀକ୍ଷାରେ ଯେଉଁ ପ୍ରାଥୀମାନେ କୃତକାର୍ଯ୍ୟ ହୋଇଥିବେ ସେମାନେ ମେନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଅଧିକରୁ ଅଧିକ ଲେଖିବା ଅଭ୍ୟାସ କରିବା ଜରୁରୀ । ମୁଖ୍ୟ ପରୀକ୍ଷାର ଉତ୍ତରକୁ ୧୦୦-୨୦୦ ଶବ୍ଦ ମଧ୍ୟରେ ଲେଖିବାକୁ ପଡ଼ିଥାଏ । କମ୍ ଶବ୍ଦରେ କିପରି ସାରାଂଶକୁ କଭର କରିପାରିବେ ତା’ ଉପରେ ପ୍ରାର୍ଥୀମାନେ ଫୋକସ୍ କରିଥାନ୍ତି । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କର ବିଭିନ୍ନ ସେବା ଓ ବିଭାଗରେ ୧୦୫୬ଟି ସିଭିଲ ସର୍ଭିସ ପଦ ପୂରଣ ହେବ ।

Get real time updates directly on you device, subscribe now.