fbpx
BJD SKY
BJD SKY

(VIDEO)ଦୁବାଇରେ ପାର୍ଟି କରୁଥିବା ନଜର ଆସିଲେ ଉର୍ବଶୀ ରୌତେଲା; ୟୁଜର୍ସ କହିଲେ…

BJD

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଅଧିକାଂଶ ସମୟରେ କ୍ରିକେଟର ଋଷଭ ପନ୍ତଙ୍କ ପାଇଁ ଟ୍ରୋଲ ହୁଅନ୍ତି । ଏପରିକି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ମଧ୍ୟ ହୁଏ । ତେବେ, ଏନେଇ କେହି କେବେ ଗଣମାଧ୍ୟମ ଆଗରେ ମୁହଁ ଖୋଲି କହି ନାହାଁନ୍ତି ।କିନ୍ତୁ ବର୍ତ୍ତମାନ ପୁଣି ଥରେ କ୍ରିକେଟର ଋଷଭଙ୍କ ପାଇଁ ଉର୍ବଶୀ ଟ୍ରୋଲର ଶିକାର ହୋଇଛି । ନିକଟରେ ଉର୍ବଶୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ପାର୍ଟି କରୁଥିବା ଦେଖିବାକୁ ମିଳିଛି । ଏଥିସହିତ ସେହି ପାର୍ଟିରେ ଉର୍ବଶୀଙ୍କ ବାପା ଏବଂ ମା ଥିବା ଜଣାପଡିଛି । ଯାହାକୁ ନେଇ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଉର୍ବଶୀ ନୂଆବର୍ଷରେ ଦୁବାଇ ଯାଇଛନ୍ତି । ଯେଉଁଠାରେ ସେ ତାଙ୍କ ମାଆଙ୍କ ଜନ୍ମଦିନ ପାଳନ କରିବା ସହ ଖବୁ ମଜା ମଧ୍ୟ କରିଛନ୍ତି, ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହିତ ଉର୍ବଶୀ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ରେଡ୍ କଲରର ସଟ୍ ଡ୍ରେସ ପିନ୍ଧିବା ସହ ଏକ ରାଜକୀୟ ଚେୟାରରେ ବସିଛନ୍ତି ଏବଂ କ୍ୟାପସନ ଦେଇଛନ୍ତି ରାଣୀଙ୍କୁ ସିଂହାସନ ମିଳିଗଲା । ଯାହାଫଳରେ ୟୁଜର୍ସମାନେ ଉର୍ବଶୀଙ୍କୁ କଡା ସମାଲୋଚନା କରିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ପନ୍ତଭାଇଙ୍କୁ ଭେଟିବାକୁ ଆସିଲେ ନାହିଁ । ସେହିପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଋଷଭ ଭାଇଙ୍କ କଥା ଆପଣଙ୍କୁ ଚିନ୍ତା ନାହିଁ । ଏତତ୍ ବ୍ୟତୀତ ଅନ୍ୟଜଣେ ୟୁଜର୍ସ ଏହା କହିଛନ୍ତି ଆପଣ ରାଣୀପରି ଲାଗୁଛନ୍ତି ସତ କିନ୍ତୁ ଆପଣଙ୍କର ଯିଏ ରାଜା ବର୍ତ୍ତମାନ ସେ ହସ୍ପିଟଲରେ ପଡିଛନ୍ତି ,ତାଙ୍କପ୍ରତି ଟିକେ ଧ୍ୟାନ ଦିଅନ୍ତୁ । ତେବେ ଏହା ପୂର୍ବରୁ ଉର୍ବଶୀଙ୍କ ମାଆ ମୀରା ରୌତେଲା ଏବଂ ଉର୍ବଶୀ ଋଷଭଙ୍କ ଆରୋଗ୍ୟ କାମନା କରି ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କିନ୍ତୁ ବର୍ତ୍ତମାନର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଉର୍ବଶୀ ଆଲୋଚନାର ଶିକାର ହୋଇଛି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ (ଡିସେମ୍ବର ୩୦) ଦିଲ୍ଲୀରୁ ଫେରୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦପୁର ଝାଲରେ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସଡ଼କ ଡିଭାଇଡର୍‌ରେ ଧକ୍କା ଖାଇବା ପରେ ତାଙ୍କ କାର୍‌ରେ ନିଆଁ ଲାଗି ଜଳି ଯାଇଥିଲା। ସେ ପ୍ରାଣବିକଳରେ କାରର ସାମ୍ନା କାଚ ଭାଙ୍ଗି ବାହାରକୁ ବାହାରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ନିଜ ପରିଚୟ ଦେଇ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତ‌ଳକୁ ଆଘାତ ଲାଗିଥିଲା। ଚିକିତ୍ସା ପରେ ଋଷଭ ଏବେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଆଉ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ସେ ଦିଲ୍ଲୀରୁ ଉତ୍ତରାଖଣ୍ଡର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କିଏ ଜାଣିଥିଲା ମା’ଙ୍କୁ ଦେଖା କରିବାକୁ ଖୁସିରେ ଆସୁଥିବା ବେଳେ ବାଟରେ ତାଙ୍କ ସହିତ ଏମିତି ଏକ ଭୟାବହ ଦୁର୍ଘଟଣା ଘଟିବ ବୋଲି। ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କ୍ରିକେଟପ୍ରେମୀ।

 

View this post on Instagram

 

A post shared by Urvashi Rautela (@urvashirautela)

 

Get real time updates directly on you device, subscribe now.