fbpx
BJD SKY
BJD SKY

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାବାସୀଙ୍କୁ ଆଉ ବର୍ଷେ ମିଳିବ ମାଗଣା ଚାଉଳ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାବାସୀଙ୍କ ଆସିଛି ବଡ଼ ଖୁସିଖବର । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମିଳିବ ମାଗଣା ଚାଉଳ । ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ଆଉ ବର୍ଷେ ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ହିତାଧିକାରୀଙ୍କୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ ।

୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ। କରୋନା ମହାମାରୀ ସମୟରେ ହିତାଧିକାରୀଙ୍କୁ ମିଳୁଥିଲା ଚାଉଳ ସହ ମାଗଣା ଡାଲି। ଦୀର୍ଘ ୨୮ ମାସ ଧରି ମହାମାରୀ ସମୟରେ ସହାୟତା ଦେଉଥିଲେ ରାଜ୍ୟ ସରକାର। ଏହାସହ ୨ଥର ହିତାଧିକାରୀଙ୍କୁ ମିଳିଛି ଆର୍ଥିକ ସହାୟତା।

ଏହା ପୂର୍ବରୁ ଅକ୍ଟୋବର ମାସରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳୁଥିବା ଅତିରିକ୍ତ ୫ କେଜି ମାଗଣା ଚାଉଳ ବଣ୍ଟନ ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁ କୁହାଯାଇଥିଲା । ଚଳିତ ବର୍ଷର ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ପାଇଥିଲେ ହିତାଧିକାରୀ । ଏହି ତିନି ମାସ ପାଇଁ ହିତାଧିକାରୀ ମାନେ ଏନଏଫଏସଏ ହିତାଧିକାରୀ ମାନଙ୍କ ପରି ମୁଣ୍ଡପିଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇଥିଲେ । ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ଯୋଗାଇ ଦେଇଥିଲେ ।

Get real time updates directly on you device, subscribe now.