fbpx
BJD SKY
BJD SKY

ବଡ଼ ଖବର! SBI-PNB ଓ BoB ସହିତ କେଉଁ ବ୍ୟାଙ୍କ ହେବ ପ୍ରାଇଭେଟ୍ ? ନୀତି ଆୟୋଗ ପ୍ରକାଶ କଲା ଲିଷ୍ଟ୍

BJD

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକର ଘରୋଇକରଣକୁ ନେଇ ସରକାର ବଡ଼ ଯୋଜନା କରୁଛନ୍ତି । କେଉଁ ବ୍ୟାଙ୍କଗୁଡିକ ସରକାରଙ୍କ ଦ୍ୱାରା ଘରୋଇକରଣ କରାଯିବ ଏବଂ କେଉଁ ବ୍ୟାଙ୍କଗୁଡିକ ଏହି ତାଲିକାରୁ ବାଦ ଦିଆଯାଇଛି, ସେଥିନେଇ ନୀତି ଆୟୋଗ ଏକ ତାଲିକା ଜାରି କରିଛି । ବର୍ତ୍ତମାନ ସରକାର ଦୁଇଟି ବ୍ୟାଙ୍କ ଏବଂ ଏକ ସାଧାରଣ ବୀମା କମ୍ପାନୀର ଘରୋଇକରଣ ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

ଅଗଷ୍ଟ ୨୦୧୯ ରେ, ୧୦ ଟି ବ୍ୟାଙ୍କ ମଧ୍ୟରୁ ୪ ଟି ବ୍ୟାଙ୍କକୁ ମିଶ୍ରଣ କରାଯାଇଥିଲା, ଯାହା ପରେ ଦେଶରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ସଂଖ୍ୟା ୨୭ ରୁ ୧୨ କୁ ହ୍ରାସ ପାଇଛି । ବର୍ତ୍ତମାନ ଏହି ବ୍ୟାଙ୍କଗୁଡିକର ଘରୋଇକରଣକୁ ନେଇ କୌଣସି ଯୋଜନା ନାହିଁ । ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ସମସ୍ତ ବ୍ୟାଙ୍କକୁ ଘରୋଇକରଣରୁ ଦୂରେଇ ରଖିବା ଉଚିତ୍ ।

ନୀତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଲିଷ୍ଟରେ କୁହାଯାଇଛି କି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, କାନାରା ବ୍ୟାଙ୍କ, ଏସବିଆଇ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ ବ୍ୟାଙ୍କ ସାମିଲ ରହିଛି । ଏହି ୬ ଟି ବ୍ୟାଙ୍କର ଘରୋଇକରଣ ହେବ ନାହିଁ ବୋଲି ସରକାର କହିଛନ୍ତି । ସରକାରୀ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନେ ସରକାରୀ ବ୍ୟାଙ୍କ ଏକତ୍ରୀକରଣର ଅଂଶ ଥିଲେ ସେମାନଙ୍କୁ ଘରୋଇକରଣରୁ ଦୂରେଇ ରଖାଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ପ୍ରଦାନ କରି ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ, ୨ ଟି ସରକାରୀ ବ୍ୟାଙ୍କ ଏବଂ ଏକ ସାଧାରଣ ବୀମା କମ୍ପାନୀକୁ ଘରୋଇକରଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ବର୍ତ୍ତମାନ ସରକାର ୨୦୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.