fbpx

ଇଣ୍ଟରନ୍ୟାସନାଲ୍ ଆଲବମ୍ ଶୁଟିଂ ପାଇଁ ଉର୍ବଶୀ ପିନ୍ଧିଲେ ୧୫ କୋଟି ଟଙ୍କାର ଡ୍ରେସ୍

ମୁମ୍ବାଇ : ଉର୍ବଶୀଙ୍କର ପ୍ରଥମ ଇଣ୍ଟର ନ୍ୟାସନାଲ୍ ଗୀତ ରିଲିଜ୍ ପରେ ଏହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ରିଲିଜ୍ ପରଠାରୁ ହିଁ ତାଙ୍କ ଗୀତ “ବର୍ସାଚେ ବେବି” ଖୁବ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ତେବେ ଏହି ଗୀତରେ ଉର୍ବଶୀ ଇଜିପ୍ଟିଆନ୍ ସୁପରଷ୍ଟାର୍ ରମଦାନଙ୍କ ସହ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ଏବେ ଏହି ଗୀତରେ ଉର୍ବଶୀ ଲୁକ୍ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ଏହା ସହ ଜଡିତ ଏକ ଖବର ସାମନାକୁ ଆସିଛି । ଯାହାକୁ ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଉର୍ବଶୀ “ବର୍ସାଚେ ବେବି” ଗୀତରେ ଯେଉଁ ବ୍ଲୁ-କଲର୍ ଡ୍ରେସ୍ ରେ ନଜର ଆସିଛନ୍ତି ତାହାର ମୁଲ୍ୟ ହେଉଛି ୧୫ କୋଟି ଟଙ୍କା । ତାଙ୍କ ଡ୍ରେସ୍ ର ମୁଲ୍ୟ ଏବେ ଯେ କେହି ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି । ଏଥିସହ ଏହି ଇନଟରନ୍ୟାସନାଲ୍ ଗୀତରେ ତାଙ୍କ ଲୁକ୍ କୁ ବି ଅନେକ ପ୍ରଶଂସା କରୁଛନ୍ତି । ଗୀତରେ ସେ ପିନ୍ଧିଥିବା ସବୁ ଡ୍ରେସ୍ କୁ ଡିଜାଇନର୍ ଦୋନତୀଲା ବର୍ସାଚେ ଡିଜାଇନ୍ କରିଛନ୍ତି । ଆଉ ଖାସ୍ କରି ଏହି ଡ୍ରେସ୍ ର ମୁଲ୍ୟ ୧୫ କୋଟି ବୋଲି କୁହାଯାଉଛି । ତେବେ ଖାଲି ସେତିକି ନୁହେଁ ମାତ୍ର ୬ ମିନିଟ୍ ର ଏହି ମ୍ୟୁଜିକ୍ ଭିଡିଓ ପାଇଁ ଉର୍ବଶୀଙ୍କ ସବୁ ଆଉଟ୍ ଫିଟକୁ ତିଆରି କରିବା ପାଇଁ ବର୍ଷେ ସମୟ ଲାଗିଛି ।

Get real time updates directly on you device, subscribe now.