fbpx

ଆମେରିକାରେ ପୁଣି ଗୁଳିକାଣ୍ଡ, ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକା ଜର୍ଜିଆର ରାଜଧାନୀ ଆଟଲାଣ୍ଟାଠାରେ ଶନିବାର ଏକ ସପିଂ ମଲ୍ ନିକଟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।

ଏପି ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ଆଟଲାଣ୍ଟାର ଇଭାନ୍ସ ଷ୍ଟ୍ରିଟରେ ଜଣେ ବ୍ୟକ୍ତି ଦ୍ୱିପ୍ରହର ପ୍ରାୟ ସାଢେ ୧ଟାରେ ଗୁଳି ଚଳାଇଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ହୋମିସାଇଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଗୁଳି ବିନିମୟ ସମ୍ପର୍କରେ ସୂଚନା ପାଇବା ପରେ ହୋମିସାଇଡ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ତିନି ଜଣ ମୃତ ବ୍ୟକ୍ତିଙ୍କ ନିକଟକୁ ଆସି ସେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏପି ରିପୋର୍ଟ ଅନୁଯାୟୀ ପୋଲିସ କହିଛି ଯେ, ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ମଧ୍ୟ ବାହାର କରି ଗୁଳି ଚଳାଇଥିଲା।

Get real time updates directly on you device, subscribe now.