ତହୱୁର ରାଣାର ଆବେଦନ ଖାରଜ, ଭାରତ ଫେରିବେ ୨୬/୧୧ ଆକ୍ରମଣ ଅଭିଯୁକ୍ତ

ଭାରତକୁ ମିଳିଲା ବଡ଼ ଜିତ୍ । ତହୱୁର ରାଣାକୁ ବଡ଼ ଝଟକା ।

ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଆମେରିକୀୟ କୋର୍ଟର ଏହି ନିଷ୍ପତ୍ତି ସହିତ, ତହୱୁର ରାଣାଙ୍କୁ ଭାରତ ଆଣିବାର ବାଟ ପରିଷ୍କାର ହୋଇଯାଇଛି ।

ବନ୍ଦୀ ଅଛନ୍ତି ତହଓ୍ବୁର ରାଣା- ପାକିସ୍ତାନୀ ବଂଶୋଦ୍ଭବ 64 ବର୍ଷୀୟ କାନାଡିଆନ ନାଗରିକ ତହାୱୁର ରାଣା ବର୍ତ୍ତମାନ ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ ଡିଟେନସନ୍ ସେଣ୍ଟରରେ ବନ୍ଦୀ ଅଛନ୍ତି । ସେ ଫେବୃଆରୀ ୨୭ ତାରିଖରେ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏବଂ ନବମ ସର୍କିଟର ସର୍କିଟ୍ ଜଷ୍ଟିସ୍ ଏଲେନା କାଗାନଙ୍କ ସମ୍ମୁଖରେ ହାବିୟସ୍ କର୍ପସ୍ ରିଟ୍ ପର୍ଯ୍ୟନ୍ତ ବିଚାରକୁ ସ୍ଥଗିତ ରଖିବା ପାଇଁ ଏକ ଜରୁରୀକାଳୀନ ଆବେଦନ ଦାଖଲ କରିଥିଲେ ।

ଗତ ମାସ ଆରମ୍ଭରେ କାଗାନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ତା’ପରେ ରାଣା ତାଙ୍କ ଆବେଦନକୁ ନବୀକରଣ କଲେ ଏବଂ ନବୀକରଣ ଆବେଦନକୁ ମୁଖ୍ୟ ବିଚାରପତି ରବର୍ଟସଙ୍କ ନିକଟକୁ ପଠାଇବାକୁ ଅନୁରୋଧ କଲେ । ସୁପ୍ରିମକୋର୍ଟ ୱେବସାଇଟରେ ପୋଷ୍ଟ ହୋଇଥିବା ଏକ ଆଦେଶରେ କୁହାଯାଇଛି ଯେ ରାଣାଙ୍କ ନବୀକରଣ ଆବେଦନକୁ ୪ ଏପ୍ରିଲ୍, ୨୦୨୫ରେ ଏକ ବୈଠକ ପାଇଁ ତାଲିକାଭୁକ୍ତ କରାଯାଇଥିଲା ।

ଭାରତ ବିରୋଧରେ ଅନେର ଅଭିଯୋଗ ଆଣିଥିଲେ- ସୋମବାର ସୁପ୍ରିମକୋର୍ଟ ୱେବସାଇଟରେ ଏକ ନୋଟିସରେ କୁହାଯାଇଛି ଯେ, “କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି।” ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତାଙ୍କ ଆବେଦନରେ ଭାରତ ବିରୁଦ୍ଧରେ ଅନେକ ଅଭିଯୋଗ ମଧ୍ୟ ଆଣିଥିଲେ । ହ୍ୟୁମାନ୍ ରାଇଟ୍ସ ୱାଚ୍ ୨୦୨୩ ରିପୋର୍ଟକୁ ଉଦ୍ଧୃତ କରି ସେ କହିଥିଲେ ଯେ ଭାରତର ବିଜେପି ସରକାର ଧାର୍ମିକ ସଂଖ୍ୟାଲଘୁ, ବିଶେଷକରି ମୁସଲମାନମାନଙ୍କ ପ୍ରତି ଭେଦଭାବ କରୁଛି ଏବଂ କ୍ରମାଗତ ଭାବରେ ଏକଛତ୍ରବାଦୀ ହୋଇପଡୁଛି ।

ତହୱୁର ରାଣା ତାଙ୍କ ଆବେଦନରେ କହିଛନ୍ତି, “ଯଦି ମୋତେ ଭାରତକୁ ହସ୍ତାନ୍ତର କରାଯାଏ, ତେବେ ସେଠାରେ ମୋତେ ନିର୍ଯାତନା ଦିଆଯିବ କାରଣ ମୁଁ ପାକିସ୍ତାନୀ ବଂଶୋଦ୍ଭବ ମୁସଲମାନ । ଗତ ମାସରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେରିକା ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଅନୁମୋଦନ କରିଛି । ଯେତେବେଳେ ଟ୍ରମ୍ପ ଏହି ଘୋଷଣା କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଥିଲେ।”