fbpx
BJD
BJD SKY
BJD SKY

ପରମାଣୁ ବାର୍ତ୍ତା ଚାହୁଁଛି ଆମେରିକା, ଇରାନର ସର୍ତ୍ତ- ପ୍ରଥମେ ଫେରାଅ ଆମର ୧୦ ବିଲିୟନ ଡଲାର

BJD

ନୂଆଦିଲ୍ଲୀ : ଆମେରିକା ଇରାନ ସହ ପରମାଣୁ ଆଲୋଚନା କରିବାକୁ ସଙ୍କେତ ଦେଇଛି । ହେଲେ ଇରାନ ବାର୍ତ୍ତା ଆରମ୍ଭ ହେବା ପୂର୍ବରୁ ଆମେରିକା ସାମ୍ନାରେ କିଛି ସର୍ତ୍ତ ରଖିଛି । ଏଥିରୁ ସବୁଠୁ ବଡ ସର୍ତ୍ତ ହେଉଛି ବିଲିୟନ ଡଲାରର । ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମିରାବଦୋଲ୍ଲାହିଆ କହିଛନ୍ତି,ଆମେରିକା ଅଧିକାରୀ ଗତ ମାସରେ ପରମାଣୁ ବାର୍ତ୍ତା ପୁଣି ଥରେ ଇରାନ ସହ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛି । ମାତ୍ର ଇରାନର ସର୍ତ୍ତ ଏହା ଯେ, ଆମେରିକା ପ୍ରଥମେ ଇରାନକୁ ୧୦ ବିଲିୟନ ଡଲାର ଦେଉ । କାରଣ ଆମେରିକା କଟକଣା କାରଣରୁ ଇରାନକୁ ଆର୍ଥିକ କ୍ଷତି ସହିବାକୁ ପଡିଛି ଏବଂ ବିଦେଶ ବ୍ୟାଙ୍କରେ ତାର ବିଲିୟନ ଡଲାର ଫସି ରହିଛି ।

ଇରାନ ଆମେରିକା ସହିତ ସିଧାସଳଖ ଆଲୋଚନା ପ୍ରସ୍ତାବକୁ ମଧ୍ୟ ଖାରଜ କରିଛି । ୨୦୧୫ ପରମାଣୁ ଚୁକ୍ତି ପୁଣି ଥରେ ଲାଗୁ କରିବା ପ୍ରସ୍ତାବକୁ ଚଳିତ ବର୍ଷ ଜୁନ ମାସରେ ମଧ୍ୟ ରୋକି ଦିଆଯାଇଥିଲା ।
କଡା ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି ଇରାନ

ଇରାନ ସରକାରୀ ମିଡିଆ ଅନୁଯାୟୀ, ଆମେରିକା କଟକଣା କାରଣରୁ ଏହାର ତୈଳ ଏବଂ ଗ୍ୟାସ୍ ରପ୍ତାନୀ ହୋଇ ପାରୁ ନାହିଁ । ଏହି କାରଣରୁ ଇରାନର ଅରବ ଅରବ ଡଲାର ବିଦେଶୀ ବ୍ୟାଙ୍କରେ ଫସି ରହିଛି । ଗତ ମାସରେ ଆମେରିକା ଜାତିସଂଘରେ ମଧ୍ୟସ୍ଥ ଜରିଆରେ ଇରାନ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିବା ଇରାନ କହିଛି ।

ଆମେରିକା ପ୍ରଥମେ ଦେଉ ୧୦ ଅରବ ଡଲାର

ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେରିକା ପ୍ରଥମେ ଆମର ଫସି ରହିଥିବା ୧୦ ବିଲିୟନ ଡଲାର ପ୍ରଦାନ କରୁ । ଏହା ପରେ ଯାଇ ଆମେରିକା ସହ ପରମାଣୁ ବାର୍ତ୍ତା ଉପରେ ବିଚାର କରିବୁ । ଏମିତିରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଚୁକ୍ତିର ନିର୍ଦ୍ଧାରିତ ସୀମାଠୁ ବହୁତ ଆଗକୁ ବଢି ସାରିଥିବା କହିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ।

 

Get real time updates directly on you device, subscribe now.