fbpx

ବଣ୍ଡ ବିକି ଋଣ ଯୋଗାଡ କରୁଛି ଆମେରିକା, ୭୮ ଥର ବଦଳିଲାଣି ଋଣ ନେବାର ସୀମା

Advertisement

ୱାଶିଂଟନ୍:ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ୍ରଆମେରିକା । ବାହାରକୁ ଏହା ଶକ୍ତିଶାଳୀ ଦେଖାଯାଉଥିଲେ ମଧ୍ୟ ଏହାର ଭିତରର ସ୍ଥିତି କିଛି ଅଲଗା । ଏବେ ଏହି ରାଷ୍ଟ୍ର ଋଣ ଭାରରେ ବୁଡି ଯିବାକୁ ବସିଲାଣି । କୁହାଯାଉଛି ପାକିସ୍ତାନ ପୂର୍ବରୁ ଆମେରିକା ଅର୍ଥନୀତି ଦେବାଳିଆ ହୋଇଯିବ । ଆମେରିକାର ଜୋ ବାଇଡେନ ସରକାର କୌଣସି ପ୍ରକାରେ ଋଣ ସୀମାକୁ ବଢାଇବା ଚକ୍କରରେ ଅଛନ୍ତି । ଯଦି ଆଗାମୀ ୧ ସପ୍ତାହ ମଧ୍ୟରେ ଏହା ସମ୍ଭବ ନ ହେଲା ତେବେ ସରକାର ଋଣ ନେଇପାରିବେନି ଏବଂ ବାଇଡେନ୍ ନିଜର ବିଲ୍ ବି ପୈଠ କରିପାରିବେନି । ଏହି ବିଷୟରେ ବାଇଡେନ୍ ଗତ ସୋମବାର ହାଉସ୍୍ ସ୍ପିକର କ୍ୟାବିନ୍ ମୈକାର୍ଥୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି । କିନ୍ତୁ ତାଙ୍କର ଏହି କଥାବାର୍ତ୍ତାରୁ କୌଣସି ସୁଫଳ ମିଳିନାହିଁ । କ୍ୟାବିନ ମୈକାର୍ଥୀ ରିପବ୍ଲିକାନ୍ ପାର୍ଟିର ଶୀର୍ଷ ନେତା ହୋଇଥିବା ବେଳେ ବାଇଡେନ୍ ଡେମୋକ୍ରାଟିକ୍ ପାର୍ଟିର ନେତା ଅଟନ୍ତି ।

ଆମେରିକା ସରକାର ବଣ୍ଡ ବିକି ଋଣ ଯୋଗାଡ କରିଥାନ୍ତି । ଦେଶର ଆର୍ଥିକ ସ୍ଥିତି ଭଲ ହୋଇଥିବା କାରଣରୁ ସାରା ଦୁନିଆର ଲୋକ ଆମେରିକା ବଣ୍ଡରେ ନିବେଶ କରିଥାନ୍ତି । ଏହା ବଦଳରେ ସରକାର ତାଙ୍କୁ ସୁଧ ଟଙ୍କା ଦେଇଥାନ୍ତି । ଋଣ ଆକାରରେ ନେଉଥିବା ପଇସା ସରକାର ନିଜ ଆବଶ୍ୟକତା ପୂରଣ ଲାଗି କରିଥାନ୍ତି । ଗତ ୫୦ ୬୦ ବର୍ଷ ତଳୁ ଆମେରିକାରେ ଏପରି ହୋଇ ଆସୁଛି । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଆମେରିକା ସରକାର ଟିକସ ଓ ଅନ୍ୟ ରାଜସ୍ୱ ସଂଗ୍ରହରୁ ମିଳୁଥିବା ଅର୍ଥକୁ କଣ କରୁଛି ଯେ, ସେ ପୁଣି ଋଣ ଉଠାଉଛି । ଆମେରିକା ସରକାର ଆୟ ଠାରୁ ଅଧିକ ବ୍ୟୟ କରୁଥିବାରୁ ତାକୁ ଏପରି ସ୍ଥିତିର ସାମ୍ନା କରିବାକୁ ପଡୁଛି । ଆର୍ଥିକ ବର୍ଷ ୨୦୨୧ରେ ଆମେରିକା ୩୩୩୪ ଲକ୍ଷ କୋଟି ଆୟ କରିଥିବା ବେଳେ ୫୬୪ କୋଟି ଲକ୍ଷ ଖର୍ଚ୍ଚ କରିଛି । ଏହି ଅତିରକ୍ତ ଖର୍ଚ୍ଚକୁ ଆମେରିକା ସରକାର ବଣ୍ଡ ବିକି ଭରଣା କରୁଛି । ଆମେରିକା ନିଜ ଆର୍ଥିକ ଶକ୍ତି ବଳରେ ସାରା ଦୁନିଆରୁ ଋଣ ଉଠାଇ ପାରୁଛି ।

୧୯୧୭ରେ ଆମେରିକାରେ ଆଇନ ତିଆରି ହୋଇଥିଲା ଯେ, ସରକାର ଏକ ସୀମାରୁ ଅଧିକ ଋଣ ନେଇପାରିବେନି । ଏହି ଆଇନରେ ଏ ପର୍ଯ୍ୟନ୍ତ ୭୮ ଥର ପରିବର୍ତ୍ତନ ହୋଇ ସାରିଲାଣି । ଏଥିପାଇଁ ସଂସଦର ଅନୁମତି ନେବାକୁ ହୋଇଥାଏ । ତେବେ ଏହି ଋଣ ନେବାର ସୀମା ୩୧.୪ ଲକ୍ଷ କୋଟି ଡଲାର ରହିଛି । କିନ୍ତୁ ପୁଣି ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ବ୍ୟୟ ଆୟ ଠାରୁ ଅଧିକ ହୋଇଯାଇଛି । ଯଦି ବାଇଡେନ୍ ସରକାର ସଂସଦରେ ଋଣ ସୀମା ବୃଦ୍ଧି କରି ନ ପାରିବେ ତେବେ ସେ ଡିଫଲ୍ଟ୍ଟର ସାବ୍ୟସ୍ତ ହେବେ । ସରକାରଙ୍କ ପାଖରେ ଏବେ ୧ ଜୁଲାଇ ପର୍ଯ୍ୟନ୍ତ ସମୟ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ଉପରେ ଏବେ ୫୫ ଲକ୍ଷ କୋଟି ଟଙ୍କା ଋଣ ଭାର ରହିଛି । ପାକିସ୍ତାନ ନିଜ ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ଲାଗି ଆଇଏମଫରୁ ଋଣ ଉଠାଇବାକୁ ପ୍ରୟାସ ଜାରି ରଖିଛି । ପାକିସ୍ତାନର ବିଦେଶୀ ମୂଦ୍ରା ଭଣ୍ଡାରରେ ଲଗାତର ହ୍ରାସ ଜାରି ରହିଛି ।

Get real time updates directly on you device, subscribe now.