fbpx

ଲମ୍ବା ଦାଢ଼ି ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡ କଲେ ଆମେରିକୀୟ ମହିଳା

ନୂଆଦିଲ୍ଲୀ: ଲମ୍ବା ଦାଢ଼ୀ ରଖି ପୁରୁଷମାନେ ବିଶ୍ୱ ରେକର୍ଡ କରିଥିବା ଆପଣମାନେ ଆଗରୁ ଶୁଣିଥିବେ । ଏବେ ଜଣେ ଆମେରିକୀୟ ମହିଳା ୩୦ ସେମି(୧୧.୮୧ ଇଞ୍ଚ) ଲମ୍ବା ଦାଢ଼ୀ ରଖି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଏରିନ ହନିକଟ୍ ନାମ ଏହି ମହିଳା ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଏରିନଙ୍କ ଠାରେ ପଲିଷ୍ଟିକ୍ ଓଭାରୀଆନ୍ ସିଣ୍ଡ୍ରମ୍‌ (PCOS) ରହିଛି, ଯାହା ଦ୍ୱାରା ତାଙ୍କର ହରମନ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଥିପାଇଁ ଏରିନ୍ ମାସିକ ଋତୁସ୍ରାବରେ ଅନିୟମୀତତା, ଓଜନ ବଢିବା, ପ୍ରଜନନ କ୍ଷମତା ହ୍ରାସ ଏବଂ ଅତ୍ୟଧିକ କେଶ ବୃଦ୍ଧି ଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାହା ଦ୍ୱାରା ତାଙ୍କର ଦାଢ଼ୀ ମଧ୍ୟ ଏତେ ମାତ୍ରାରେ ବଢଛି ।

ମାତ୍ର ୧୩ ବର୍ଷ ବୟସରେ ଏରିନଙ୍କ ମୁହଁରେ ଦାଢ଼ି ବଢିବାକୁ ଲାଗିଥିଲା । ଏହାପରେ ସେ ବିଭିନ୍ନ ଉପାୟ ଆପଣାଇବା ସହିତ ୱାକ୍ସିଂ ମଧ୍ୟ କରିଥିଲେ । ତେବେ ନିଜର ଏଭଳି ଅସ୍ୱଭାବିକ ପରିବର୍ତ୍ତନ ପାଇଁ ଏରିନ ଖୁବ୍ ଯତ୍ନବାନ ରହିଥିଲେ । ଏପରିକି ଗୋଟିଏ ଦିନରେ ସେ ତିନିଥର ସେଭିଂ କରୁଥବା କହିଛନ୍ତି । ତେବେ ସ୍କୁଲ୍‌ରୁ କଲେଜ ପର୍ଯ୍ୟନ୍ତ ଏପରି କରି କରି ସେ ଥକି ପଡ଼ିଥିଲେ ଏବଂ କିଛି ଦିନ ପରେ ନିଜର ଦୃଷ୍ଟି ଶକ୍ତି ମଧ୍ୟରାଇବାରେ ଲାଗିଥିଲେ । ଏହାପରେ ତାଙ୍କର ସାଥି ତାଙ୍କୁ ଦାଢ଼ୀ ବଢାଇବାକୁ ଉତ୍ସାହିତ କରିଥିଲେ ।

ଏରିନଙ୍କ ପୁର୍ବରୁ ଜଣେ ମହିଳା ଲମ୍ବା ଦାଢ଼ୀ ରଖିବାର ରେକର୍ଡ ୭୫ ବର୍ଷିୟ ଭିଭିଆଇ ହ୍ୱୀଲରଙ୍କ ନାମରେ ଥିଲା । ଗିନିଜ ବର୍ଲ୍ଡ ରେକର୍ଡ ପକ୍ଷରୁ ଏରିନଙ୍କ ଏହି ଭିଡିଓ ସେୟାର କରି ତାଙଯକର ସଂଘର୍ଷମୟ ଜୀବନ ବିଷୟରେ ସୂଚନା ଦିଆଯାଇଛି । ଏରିନଙ୍କ ପାଇଁ PCOS କେବଳ ଏକମାତ୍ର ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ୨୦୧୮ ରେ ଏକ ଦୁର୍ଘଟଣାରେ ଗୋଡ଼ରେ ଆଘାତ ଆଘାତ ପାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ଏକ ସପ୍ତାହ ମଧ୍ୟରେ ସେ ତାଙ୍କ ଗୋଡରେ ନେକ୍ରୋଟାଇଜିଂ ଫାସସିଟିସ୍ ବିକଶିତ କରିଥିଲେ, ଯାହା ଏକ ବିରଳ ଜୀବାଣୁ ସଂକ୍ରମଣ ଯାହା ଶରୀରର କୋମଳ ଟିସୁର କିଛି ଅଂଶର ମୃତ୍ୟୁ ଘଟାଇଥାଏ। ଫଳରେ ତାଙ୍କ ଗୋଡ଼ର ସ୍ଥିତି ଖରାପ ହେବାରୁ ଶେଷରେ ତାଙ୍କର ଗୋଡ ହରାଇଥିଲେ।

Get real time updates directly on you device, subscribe now.