fbpx
BSKY
BJD MC SKY
BJD YOUTH SKY

କର୍ପୂରକୁ ଏଭଳି ଭାବରେ କରନ୍ତୁ ବ୍ୟବହାର, ଦୂର ହେବ ଦାମ୍ପତ୍ୟ ଜୀବନର ଝଗଡ଼ା !

ସାଧାରଣତଃ କର୍ପୂରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ। କେବଳ ଏତିକି ନୁହେଁ କର୍ପୂର ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କାରିଗର ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା କିଭଳି ଭାବେ ବ୍ୟବହାର କଲେ କର୍ପୂର ଜୀବନର ଅନେକ ସମସ୍ୟାରୁ ମୁକ୍ତି ଦେଇପାରିବ…

ଚାକିରି ନଚେତ ବ୍ୟବସାୟରେ ଉପରକୁ ଉଠିବାକୁ ଚାହୁଁଥିଲେ ପ୍ରତିଦିନ ରାତିରେ ସବୁକାମ ଶେଷ କରିଏକ ସଫା ଜାଗାରେ ଗିନାରେ ଲବଙ୍ଗ ଏବଂ କର୍ପୂର ରଖି ଜଳାନ୍ତୁ। ଏପରି କଲେ ଘର ତଥା ପରିବାର ସଦସ୍ୟମାନେ ଉପରକୁ ଉଠିଥାନ୍ତି।

ଘରର ବାସ୍ତୁଦୋଷ ଦୂର କରିବା ପାଇଁ ସମସ୍ତ କୋଠରୀରେ କିଛି କର୍ପୂର ଖଣ୍ଡ ରଖିଦିଅନ୍ତୁ। ଏହା ତରଳିଗଲେ ତା ସ୍ଥାନରେ ଆଉ କିଛି ଖଣ୍ଡ ରଖନ୍ତୁ। ଏଭଳି କରିବା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ।

ପ୍ରତ୍ୟହ ସକାଳେ-ସନ୍ଧ୍ୟାରେ କର୍ପୂରକୁ ଦେଶୀ ଘିଅରେ ବୁଡ଼ାଇ ଜଳାନ୍ତୁ। ଏହାକୁ ଘରର ଚାରିଆଡେ ବୁଲାନ୍ତୁ ।ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

ଯଦି କଠିନ ପରିଶ୍ରମ ପରେ ବି କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ ତେବେ ଏକ ଗିନାରେ ନିୟମିତ ଭାବେ ଲବଙ୍ଗ ଓ କର୍ପୂର ଜଳାଇ ଘରସାରା ବୁଲାନ୍ତୁ। ଏହାଦ୍ୱାରା ଅଟକିଥିବା କାମ ଶେଷ ହେବ।

ଧନହାନୀ ହେଉଥିଲେ ନଚେତ ଟଙ୍କା ସଞ୍ଚୟ କରିପାରୁ ନ ଥିଲେ ରାତିରେ ରୂପା ଗିନାରେ କର୍ପୂର-ଲବଙ୍ଗ ରଖି ଜଳାନ୍ତୁ। ଯଦି ରୂପା ଗିନା ନ ଥାଏ ତେବେ ଷ୍ଟିଲ ଗିନାରେ ଏଭଳି ପ୍ରତ୍ୟେହ କରିପାରିବେ। ଏଭଳି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲେ ସ୍ତ୍ରୀ ରାତିରେ ଶୋଇବା ପୂର୍ବରୁ କିଛି କର୍ପୂର ନେଇ ସ୍ବାମୀଙ୍କ ତକିଆ ତଳେ ରଖିଦିଅନ୍ତୁ। ସକାଳେ କାହାକୁ କିଛି ନ କହି ଜଳାଇଦିଅନ୍ତୁ। ଏଭଳି କଲେ ପରସ୍ପର ମଧ୍ୟରେ ଶାନ୍ତି ଫେରି ଆସିବ। ଭଲପାଇବା ବୃଦ୍ଧି ପାଇବ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଅଗ୍ନିକୋଣ ଅର୍ଥାତ ଦକ୍ଷିଣପୂର୍ବ କୋଣରେ ପ୍ରତ୍ୟେହ କର୍ପୂର ଜଳାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

Get real time updates directly on you device, subscribe now.