fbpx

ଶୋଇବା ସମୟରେ ତକିଆ ବ୍ୟବହାର କରିବା ଦ୍ୱାରା ହୋଇଥାଏ ଏହିସବୁ ରୋଗ

କିଛି ଲୋକ ଶୋଇବା ସମୟରେ ତକିଆର ବ୍ୟବହାର କରିଥାନ୍ତି । ବିନା ତକିଆରେ ଅନେକଙ୍କୁ ନିଦ ଆସେ ନାହିଁ । କିନ୍ତୁ ଏହି ତକିଆର ବ୍ୟବହାର ଦ୍ୱାରା ଆପଣ ବହୁ ରୋଗର ଶିକାର ହୋଇ ପାରନ୍ତି । ଯଦି ଆପଣ ନିୟମିତ ଶୋଇବା ସମୟରେ ତକିଆ ବ୍ୟବହାର କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ଆସନ୍ତୁ ଜାଣିବା ତକିଆ ବ୍ୟବହାର ଦ୍ୱାରା ଆପଣ କେଉଁ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି ।

କିଛି ଲୋକ ମୁହଁ ତଳକୁ କରି ଶୋଇଥାନ୍ତି । ଏପରି ଶୋଇବା ଦ୍ୱାରା ତକିଆରୁ ଧୂଳି, ମଳି, ଜୀବାଣୁ ପ୍ରଭୃତି ଆପଣଙ୍କ ମୁହଁରେ ଆସି ଲାଗିଥାଏ । ଏହା ଆପଣଙ୍କର ଚର୍ମ ସଂକ୍ରମଣର କାରଣ ସାଜିବା ସହ ମୁହଁରେ ବ୍ରଣ ସୃଷ୍ଟି କରାଇଥାଏ ।

ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ, ତକିଆରେ ଶୋଇବା ଦ୍ୱାରା ନିଦ ଭଲ ଆସିଥାଏ । ମାତ୍ର ଏହା ଭୁଲଧାରଣା । ତକିଆ ହିଁ ନିଦ ଆସିବାରେ ବ୍ୟାଘାତ ସୃଷ୍ଟି କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି ।

ପିଠି ଓ ବେକର ଯନ୍ତ୍ରଣା ତକିଆରେ ଶୋଇବା ଦ୍ୱାରା ଆରମ୍ଭ ହୋଇଥାଏ । ତକିଆ ବ୍ୟବହାର କରିବା ଫଳରେ ଆମର ମେରୁଦଣ୍ଡ ସିଧା ହୋଇ ରହେ ନାହିଁ, ଯେଉଁ କାରଣରୁ ପିଠି ଯନ୍ତ୍ରଣା ହୁଏ । ତକିଆ ବ୍ୟବହାର ନ କରିବା ଦ୍ୱାରା ଆମକୁ ଅଣ୍ଟା, ପିଠି ଓ ବେକ ଯନ୍ତ୍ରଣାରୁ ଉପଶମ ମିଳିଥାଏ ।

Get real time updates directly on you device, subscribe now.