ନୂଆଦିଲ୍ଲୀ: ଠକିବା ପାଇଁ ଲୋକେ ଅନେକ ପ୍ରକାର ତରିକା ଆପଣାଉଥିବା ଆପଣ ଦେଖିଥିବେ, କିନ୍ତୁ ଚୀନର ଯୁବକ ଜଣକ ଏଭଳି କିଛି ତରିକା ଆପଣାଇଛନ୍ତି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଚୀନର ଏକ ଛାତ୍ର ହୋଟେଲ ରୁମରେ ବ୍ୟବହୃତ କଣ୍ଡମ ଏବଂ ମଲା ଅସରପା ଦେଖାଇ ସଫା କରିବା ବାହାନରେ ଟଙ୍କା ରୋଜଗାର କରୁଥିଲା । ୟୁନିଭରସିଟିରେ ଫି ଦେବା ପାଇଁ ଛାତ୍ରଜଣକ ଏଭଳି ପନ୍ଥା ଆପଣାଇଥିବା ଜଣାପଡିଛି । ହୋଟେଲରେ କଣ୍ଡୋମ ବ୍ୟବହାର କରି ମାଗଣା ରହଣି ମାଗଣା ରହଣି ପାଇଁ ଷଡଯନ୍ତ୍ର କରିଥିଲା 21 ବର୍ଷୀୟ ଯୁବକ ।
ଏକ ମିଡିଆ ରିପୋର୍ଟ ଅନୁସାରେ, ଜେଜିଆଙ୍ଗ ପ୍ରଦେଶର ତାଇଜୋ ସହରରୁ ଜିଆଙ୍ଗ ନାମକ ଏହି ଯୁବକ ସେପ୍ଟେମ୍ବରରୁ 10 ମାସ ପର୍ଯ୍ୟନ୍ତ ଅନେକ ହୋଟେଲରେ ରହି ଠକିଥିଲେ । ଅନେକ ଥର ସେ ଗୋଟିଏ ଦିନରେ ତିନି-ଚାରି ହୋଟେଲରେ ଚେକ୍ ଇନ୍ କରୁଥିଲେ । ହୋଟେଲ ରୁମରେ ଅପରିଷ୍କାର ପ୍ରଦର୍ଶନ କରି ସେ ହୋଟେଲ ପରିଚାଳନାକୁ ଅନଲାଇନ୍ ବଦନାମ କରିବା ପାଇଁ ଧମକ ଦେଇ ଟଙ୍କା ରୋଜଗାର କରୁଥିଲେ ।
ପୋଲିସର ସୂଚନାନୁସାରେ, ଜିଆଙ୍ଗ ଏହି ଜାଲିଆତି ପାଇଁ ମୃତ କୀଟ, କେଶ ଏବଂ ବ୍ୟବହାର ହୋଇଥିବା କଣ୍ଡୋମ ଭଳି ସାମଗ୍ରୀ ସଂଗ୍ରହ କରୁଥିଲେ । କୋଠରୀର ଖରାପ ପରିଷ୍କାରତା ପାଇଁ ସେ ହୋଟେଲ ମ୍ୟାନେଜରମାନଙ୍କୁ ଦାୟୀ କରିଥିଲେ ଏବଂ କ୍ଷତିପୂରଣ ଦାବି କରିଥିଲେ। ତେବେ ଅଗଷ୍ଟରେ ହୋଟେଲ ମ୍ୟାନେଜର ତାଙ୍କୁ 400 ୟୁଆନ ଦେବା ପରେ ସେ ପୋଲିସକୁ ଖବର ଦେଇଥିଲେ । ତେବେ ବ୍ୟକ୍ତିଜଣକ ନଭେମ୍ବର ମାସରେ ମଧ୍ୟ 380ରୁ ଅଧିକ ହୋଟେଲରେ ଠକେଇ କରିଥିବା ଜଣାପଡିଛି । 63 ହୋଟେଲରୁ 52 ହଜାର ଡଲାର ଠକେଇ କରିଥିବା ଜଣାପଡିଛି ।