fbpx
BSKY
BJD MC SKY
BJD YOUTH SKY

ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ମୋବାଇଲଫୋନ୍ ,ଲାପଟପ୍ , ଟ୍ୟାବ୍ ଭଳି ଉପକରଣର ବ୍ୟବହାର ଦ୍ୱାରା ବଢୁଛି ..

ମୋବାଇଲ୍ ଫୋନ୍ ଠାରୁ ଆରମ୍ଭ କରି ଲାପଟପ୍ ଏବଂ ଟ୍ୟାବ୍ ପର୍ଯ୍ୟନ୍ତ, ବିଭିନ୍ନ ଉପକରଣର ପରଦାରେ ଅଧିକ ସମୟ ବିତାଇବା ମୋଟାପଣ ଏବଂ ମାନସିକ ସମସ୍ୟାକୁ ବୃଦ୍ଧି କରୁଛି ।ଏହି ଉପକରଣଗୁଡ଼ିକରୁ ନିର୍ଗତ ହେଉଥିବା ନୀଳ ଆଲୋକ ଆମର ମୋୖଳିକ ଜୈବିକ କାର୍ଯ୍ୟ ଉପରେ ପ୍ରଭାବ ପକାଉଛି ।

ଏହି ଅନୁସନ୍ଧାନ ଫ୍ରଣ୍ଟିଅର୍ସ ଇନ୍ ଏଜିଙ୍ଗରେ ମେଡିକାଲ ପ୍ରକାଶିତ ଏକଜର୍ନାଲ୍ ଅଧ୍ୟୟନରୁ ଆସିଛି । ଯଦିଓ ଏହି ଅଧ୍ୟୟନ ମାଛିମାନଙ୍କ ଉପରେ କରାଯାଇଛି, ଏହାର ଆଶ୍ଚର୍ଯ୍ୟଜନକ ଫଳାଫଳ ଅଛି ଯେ ସମାନ ପ୍ରଭାବ ମଣିଷମାନଙ୍କଠାରେ ମଧ୍ୟ ଦେଖାଯାଏ । ଅଧ୍ୟୟନ ଅନୁଯାୟୀ, ଟିଭି, ଲାପଟପ୍ ଏବଂ ଫୋନ୍ ଭଳି ଦୈନନ୍ଦିନ ଉପକରଣର ପରଦାରୁ ନିର୍ଗତ ନୀଳ ଆଲୋକର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଚର୍ମ ଏବଂ ନ୍ୟୁରନ୍ ଉପରେ ପ୍ରଭାବ ପକାଇପାରେ । ଏହା କୋଷ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇପାରେ ।
ଅତ୍ୟଧିକ ନୀଳ ଆଲୋକର ସଂସ୍ପର୍ଶରୁ ଦୂରେଇ ରହିବା ଏକ ଭଲ ଆଣ୍ଟି-ଏଜିଂ କୌଶଳ ହୋଇପାରେ । ଅନୁସନ୍ଧାନକାରୀମାନେ ଦର୍ଶାଇଛନ୍ତି ଯେ ଏହି ନୀଳ ଆଲୋକରେ ରହୁଥିବା ମାଛି ମାନଙ୍କ ତୁଳନାରେ ଅନ୍ଧକାରରେ ରହୁଥିବା ମାଛି ମାନେ ଅଧିକ ଅଧିକ ଦିନ ବଞ୍ଚୁଛନ୍ତି ।

ନୀଳ ଆଲୋକ କ୍ଷତି :ଓରେଗନ୍ ଷ୍ଟେଟ୍ ୟୁନିଭରସିଟିର ଇଣ୍ଟିଗ୍ରେଟିଭ୍ ବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଜାଡୱିଗା ଗିବଲ୍ଟୋଭିକ୍ ସ୍ପଷ୍ଟ କରିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଦେଖାଯାଇଛି ଯେ କୋଷଗୁଡ଼ିକ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ମେଟାବୋଲାଇଟ୍ ଆବଶ୍ୟକ, କିନ୍ତୁ ସେମାନେ ନୀଳ ଆଲୋକର ପ୍ରଭାବରେ ପ୍ରଭାବିତ ହୁଅନ୍ତି।

ସିଦ୍ଧାନ୍ତ: ଗିବଲ୍ଟୋଭିକ୍ମେ କହିଛନ୍ତି ଯେ ନୀଳ ଆଲୋକ ସଂସ୍ପର୍ଶ ରେ ଆସିଥିବା ମାଛି ମାନଙ୍କ ମେଟାବୋଲାଇଟିସ ସ୍ତର ଅନ୍ଧାରରେ ଦେଖଃଯାଉଥିବା ମାଛି ମାନଙ୍କ ତୁଳନା ରେ ବହୁତ କମ । ଏହି ମାଛି ମାନଙ୍କ ଗ୍ଲୁକୋମିଟର ସ୍ତର ମଧ୍ୟ କମ ରହିଛି , ଯାହା କି ଅଳ୍ପ ବୟସରେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।

ବାସ୍ତବରେ, ଫୋନ୍, ଡେସ୍କଟପ୍ ଏବଂ ଟିଭି ପରି ଏଲଇଡି ଡିସପ୍ଲେ ସ୍କ୍ରିନରୁ ଆମେ ନୀଳ ଆଲୋକର ସମ୍ମୁଖୀନ ହୋଇଥାଉ । ବର୍ତ୍ତମାନ ଯେହେତୁ ମାଛି ଏବଂ ମଣିଷର କୋଷରେ ସିଗନାଲ୍ ରାସାୟନିକ ପଦାର୍ଥ ସମାନ । ତେଣୁ ମଣିଷ ଉପରେ ନୀଳ ଆଲୋକର ନକାରାତ୍ମକ ପ୍ରଭାବ ପକାଉଛି ବୋଲି ଏହା ଅନୁମାନ କର ଯାଉଛି । ଶରୀରରେ ଉଚ୍ଚ ଚାପ ସ୍ତର ବୃଦ୍ଧି , ଗ୍ଲୁକୋମିଟର ସ୍ତର ବୃଦ୍ଧି ଦ୍ୱାରା ଶରୀରରେ ଚର୍ବି ଅଂଶ ବା ମୋଟା ପଣ ମଧ୍ୟ ବୃଦ୍ଧି ପାଇ ଥାଏ , ତେଣୁ ଯଥା ସମ୍ଭବ ଏସବୁ ବ୍ୟବହାର ଠାରୁ ଦୂରରେ ରୁହନ୍ତୁ ।

Get real time updates directly on you device, subscribe now.