fbpx

୬ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଉଦ୍ୟମ, ରକ୍ଷକ ସାଜି ଆସିଲେ ମାଙ୍କଡ, ଜାଣନ୍ତୁ କଣ ଘଟିଲା

ନୂଆଦିଲ୍ଲୀ: ବେଳେବେଳେ ପଶୁମାନେ ମଧ୍ୟ ମଣିଷ ଭଳି କାର୍ଯ୍ୟ କରନ୍ତି । ଉତ୍ତର ପ୍ରଦେଶରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ସମୟରେ ମାଙ୍କଡଙ୍କ ଏକ ଗୋଷ୍ଠୀ ଦୁର୍ବୃତ୍ତଙ୍କୁ ଅଟକାଇଛନ୍ତି । ସୂଚନାନୁଯାୟୀ, ଶନିବାର ଦିନ ଅଭିଯୁକ୍ତ ଜଣକ ଶିଶୁଟିକୁ ପ୍ରଲୋଭନ ଦେଖାଇ ସହରର ଏକ ନିଛାଟିଆ ଘରକୁ ନେବାପରେ ଏହି ଘଟଣା ଘଟିଛି । ଏହି ନାବାଳିକା ଜଣକ ୟୁକେଜିରେ ପଢୁଛି । ତେବେ ମାଙ୍କଡମାନେ କିପରି ତାଙ୍କୁ ଉଦ୍ଧାର କରିଛନ୍ତି, ସେହି ବିଷୟରେ ବାଳିକା ଜଣକ ନିଜ ପିତାମାତାଙ୍କୁ କହିଛନ୍ତି ।

ପୀଡିତାର ବାପାଙ୍କ କହିବାନୁଯାୟୀ, ସେ ଘର ବାହାରେ ଖେଳୁଥିଲେ, ସେହିି ସମୟରେ ଅଭିଯୁକ୍ତ ଜଣକ ଏକ ନିଛାଟିଆ ସ୍ଥାନକୁ ତାଙ୍କୁ ନେଇଯାଇଥିଲା । ଏହାପରେ ସେ ଦେହରୁ ପୋଷାକ ବାହାର କରି ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା । ଠିକ ଏହି ସମୟରେ ମାଙ୍କଡଙ୍କ ଏକ ଗୋଷ୍ଠୀ ଉକ୍ତ ବ୍ୟକ୍ତିକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସେହି ବ୍ୟକ୍ତି ଜଣକ ସେହି ସ୍ଥାନ ଛାଡି ପଳାୟନ କରିଥିଲା ।

ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି ଯେ, କିପରି ସେହି ବ୍ୟକ୍ତିଜଣକ ଝିଅକୁ ନେଇ ଯାଉଛି । ଏପର୍ଯ୍ୟନ୍ତ ତା ପରିଚୟ ମିଳିନାହିଁ । ଝିଅର ବାପା କହିଛନ୍ତି ଯେ, ଯଦି ମାଙ୍କଡ ଗୋଷ୍ଠୀ ଆସିନଥାଆନ୍ତେ ତେବେ ତାଙ୍କ ଝିଅର ମୃତ୍ୟୁ ହୋଇସାରିଥାଆନ୍ତା । ଏହାପରେ ପୋଲିସ ଥାନାରେ ସେହି ବ୍ୟକ୍ତିଙ୍କ ବିରୋଧରେ ବିଏନଏସର ବିଭିନ୍ନ ଧାରା ଏବଂ ପୋକ୍ସୋ ଆକ୍ଟ ଅନୁ୍‌ଯାୟୀ, ଏଫଆଇଆର ରୁଜୁ କରାଯାଇଛି ।

Get real time updates directly on you device, subscribe now.