fbpx

ସୁଡ଼ଙ୍ଗ ଭିତରେ ପ୍ରସ୍ତୁତ ହେଲା ମିନି ହସ୍ପିଟାଲ: ରହିଛି ଏହି ସବୁ ସୁବିଧା, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀର ସିଳକ୍ୟାରାରେ ଫସିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ମେସିନ ସହାୟତାରେ ଏହି ମିଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଟନେଲରୁ ବାହାରିବା ପରେ ସେମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ‘ମିନି ହସ୍ପିଟାଲ’ । ଟନେଲ ଭିତରେ ହିଁ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ପଠାଯାଇ ସେଠାରେ ଏକ ମିନି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି ।

ତେବେ ଏହି ମିନି ହସ୍ପିଟାଲରେ ଶ୍ରମିକମାନଙ୍କୁ ବାହାର କରାଯିବା ପରେ ପ୍ରାଥମିକ ସ୍ତରରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ତେବେ ଜରୁରୀକାଳୀନ ସ୍ଥିତି ପାଇଁ ଏଠାରେ ୮ଟି ବେଡ଼ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଥି ସହିତ ସେଠାରେ ଡାକ୍ତର ଏବଂ ପରାମର୍ଶଦାତାଙ୍କର ଏକ ସ୍ୱତନ୍ତ୍ର ଟିମ ମଧ୍ୟ ଉପସ୍ଥିତ ରହିଛି । ଏହା ସହିତ କିଛି ଷ୍ଟ୍ରେଚର ମଧ୍ୟ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଏହା ସହିତ ଚିନ୍ୟାଲିସୌଡ଼ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୪୧ଟି ବେଡ଼ ସହିତ ସ୍ୱତନ୍ତ୍ର ୱାର୍ଡ଼ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଏଠାରେ ଆବଶ୍ୟକ ଔଷଧ ସହିତ ଅକ୍ସିଜେନ ସିଲିଣ୍ଡର ମଧ୍ୟ ରଖାଯାଇଛି । ତେବେ ଏ ନେଇ ଟନେଲ ଭିତରୁ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

41 एंबुलेंस

ସୂଚନାଯୋଗ୍ୟ, ସୁଡ଼ଙ୍ଗ ଭିତରୁ ଶ୍ରମିକମାନଙ୍କୁ ଜଣ ଜଣ କରି ବାହାରକୁ ବାହାର କରାଯିବ । ତେବେ ଏହାର ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

बनाई सड़क

Get real time updates directly on you device, subscribe now.