fbpx

କରୋନା ଭ୍ୟାକ୍ସିନ ବ୍ୟବହାରକାରୀଙ୍କ ପାଇଁ ବିପଜ୍ଜନକ ନା ସୁରକ୍ଷିତ, ଏନେଇ ପ୍ରକୃତ ସତ୍ୟର ଖୁଲାସା କଲେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ

ନୂଆଦିଲ୍ଲୀ: ଲୋକଙ୍କୁ ଭ୍ୟାକ୍ସିନ ଦେବା ହେଉଛି ଏକ ମସ୍ତବୁଡ଼ ଭୁଲ୍ ପଦକ୍ଷେପ ବୋଲି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨୦୦୮ ମସିହାର ନୋବେଲ ବିଜେତା ତଥା ଭାଇରୋଲୋଜିଷ୍ଟ ପ୍ରଫେସର ଲୁଚ ମୋଣ୍ଟାନିୟର ଦୃଢ଼ତାର ସହ ମତ ଦେଇଥିଲେ । ସେ କହିଥିଲେ ଯେ, ଭ୍ୟାକ୍ସିନରୁ ସୃଷ୍ଟି ହେଉଥିବା ଆଣ୍ଟିବଡି କରୋନାର ନୂଆ ନୂଆ ଭାରିଏଣ୍ଟକୁ ଜନ୍ମ ଦେବ ଓ ଏହା ଦ୍ୱାରା ମହାମାହାରୀ ଅଧିକ ଭୟଙ୍କର ରୂପ ଧାରଣ କରିବା । ତେବେ ଲୁକଙ୍କର ଏହି ମତକୁ ଡାକ୍ତର ଓ ବୈଜ୍ଞନିକମାନେ ଖାରଜ କରିଦେଇଥିଲେ । ବର୍ତ୍ତମାନ ଭାରତର ପ୍ରସିଦ୍ଧ ଭ୍ୟାକ୍ସିନ ବୈଜ୍ଞାନିକ ଗଗନଦୀପ କାଙ୍ଗ ଫ୍ରାନ୍ସ ପ୍ରଫେସର ଲୁକଙ୍କ ମତକୁ ଭିତ୍ତିହୀନ ବୋଲି କହିଛନ୍ତି ।

ଡାକ୍ତର କାଙ୍ଗ କହିଛନ୍ତି ଯେ, ଭ୍ୟାକ୍ସିନ ଲଗାଇବା ଦ୍ୱାରା ଆଣ୍ଟିବଡି ଡିପେଣ୍ଡାଣ୍ଟ ଏନହାନ୍ସମେଣ୍ଟ କାରଣରୁ ଭାରିଏଣ୍ଟ ସଂକ୍ରମଣ ଅଧିକ ମଜବୁତ ହୋଇଯିବ ବୋଲି ପ୍ରଫେସର ଲୁକ କହିଥିଲେ । ମାତ୍ର ଏହି ମତ ଠିକ୍ ନୁହେଁ । ଯେତେବେଳେ ଆମେ ସଂକ୍ରମିତ ହେଉ ବା ଟିକା ନେଉ, ଆମ ଶରୀରରେ ଥିବା ଜୀବାଣୁଙ୍କର ପ୍ରତିକ୍ରିୟାରେ ଆଣ୍ଟିବଡି ତିଆରି ହୁଏ । ଭାରିଏଣ୍ଟକୁ ହ୍ରାସ କରିବାର ଏକମାତ୍ର ଉପାୟ ଟିକାକରଣ ବନ୍ଦ କରିବା ନୁହେଁ, ବରଂ ଏହାକୁ ବୃଦ୍ଧି କରିବା ଦରକାର । ଫଳରେ ଆମେ ଭାଇରସକୁ ହ୍ରାସ କରିପାରିବା ବୋଲି ଡାକ୍ତର କାଙ୍ଗ କହିଥିଲେ ।

Get real time updates directly on you device, subscribe now.