fbpx

ରବିବାରକୁ ଛାଡି ଅନ୍ୟ ସବୁଦିନ ଟିକା

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନରେ ରବିବାର ବ୍ୟତିତ ଅନ୍ୟ ସବୁଦିନ ଟିକାକରଣ ହେବ ବୋଲି କୁହାଯାଇଛି । ଅର୍ଥାତ୍ ସୋମବାରଠାରୁ ଆରମ୍ଭ କରି ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ହେବ । ଯୋଗ୍ୟ ବ୍ୟକ୍ତି ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ । ଲୋକମାନେ ନିଜ ଗାଡି, ଟ୍ୟାକ୍ସି କିମ୍ବା ଅଟୋରେ ଯାଇ ଟିକା ନେଇପାରିବେ ।

ତେବେ ରାଜ୍ୟରେ ମେ’ ୫ରୁ ସବୁ ଜିଲ୍ଲାରେ ଲକଡାଉନ୍ ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୫ରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକଡାଉନ୍ ଜାରି ରହିବ । ଲକଡାଉନ ବେଳେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ତେବେ ଲକଡାଉନ ବେଳେ କେବଳ ଚାଲିଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯାଇଛି । ଘରଠାରୁ ୫ ଶହ ମିଟର ଦୂରତା ଯାଏ ଯିବା ପାଇଁ କୁହାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲି ଚାଲି ଯାଇ ପରିବା ଆଣିପାରିବେ ଲୋକେ ।

Get real time updates directly on you device, subscribe now.