fbpx

ଏନ୍‌ସିଏସ୍ ୱେବସାଇଟ୍‌ରେ ୧୦ ଲକ୍ଷ ପଦବୀ ଖାଲି, ୩ରୁ ଗୋଟିଏ ପଦବୀ ଫ୍ରେଶରଙ୍କ ପାଇଁ, ନିର୍ବାଚନୀ ବର୍ଷରେ ଆସିବ ବଡ଼ ସୁଯୋଗ

ନୂଆଦିଲ୍ଲୀ: ଆଗକୁ ଦେଶରେ ନିର୍ବାଚନ ଆସୁଥିବା ବେଳେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଅଗଷ୍ଟ ୨୮, ୨୦୨୩ ରେ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କ୍ୟାରିୟର ସେବା (ଏନ୍‌ସିଏସ୍‌) ପୋର୍ଟାଲ ଏକ ଲକ୍ଷରୁ ଅଧିକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ଖବର ଦେଶର ଯୁବକ ମାନଙ୍କ ମନରେ ଖୁସି ଆଣିଦେବ । କାରଣ ବାହାରିଥିବା ନିଯୁକ୍ତି ବିଶେରଷ କରି ନବାଗତ(ଫ୍ରେଶର) ମାନଙ୍କ ପାଇଁ ।

ଶ୍ରମ ମନ୍ତ୍ରଳାୟ ବୟାନ ଅନୁଯାୟୀ ଦଶ ଲକ୍ଷ ଖାଲି ପଦବୀ ମଧ୍ୟରୁ ପ୍ରାୟ ଏକ ତୃତୀୟାଂସ ନବାଗତଙ୍କ ପାଇଁ ରହିଛି । ଏଥିରେ ଯୁବକମାନଙ୍କୁ ସେମାନଙ୍କ ଶିକ୍ଷା ତୁରନ୍ତ ପରେ ନିଯୁକ୍ତି ମିଳିବ । ୱେସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଖାଲି ପଦବୀ ଗୁଡ଼ିକ ମଧ୍ୟରେ ଟେକନିକାଲ ସପୋର୍ଟ ଅପିସର୍‌, ଡେଟା ଏଣ୍ଟ୍ରୀ ଅଫିସର, ଲଜିଷ୍ଟିକ୍ ଅଫିସର, ସଫ୍ଟେୱେୟାର ଇଞ୍ଜିନିୟର ଏବଂ ମେଣ୍ଟେନାନ୍ସ ଇଞ୍ଜିନିୟର ସହିତ ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପ୍ରକାଶ ପାଇଛି ।

ଜାରି କରାଯାଇଥିବା ୧୦ ଖାଲି ପଦବୀରୁ ୫୧% ପ୍ରତିଶତ ଚାକିରି ଫାଇନାନ୍ସ ଏବଂ ବୀମା କ୍ଷେତ୍ର ସହିତ ଜଡ଼ିତ ଏବଂ ୧୩ ପ୍ରତିଶତ ପରିବହନ ଏବଂ ଷ୍ଟୋରେଜ କ୍ଷେତ୍ର ସହିତ ଜଡ଼ିତ । ଏହା ସହିତ ଅପରେସନ୍ ଏବଂ ସପୋର୍ଟ, ଆଇଟି ଏଂବ ସଞ୍ଚାର, ବିନିର୍ମାଣ ଆଦି ଅନ୍ୟ କ୍ଷେତ୍ର ମିଶାଇ ପ୍ରାୟ ୧୨ ପ୍ରତିଶତ ଖାଲି ପଦବୀ ରହିଛି ।

ମନ୍ତ୍ରଃଳାୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ କୁହାଯାଇଛି ଯେ, ଆଗକୁ ଦେଶରେ ପର୍ବାଣି ଋତୁ ଆସୁଥିବା ବେଳେ ଏହି ସମୟରେ ରୋଜଗାର ବୃଦ୍ଧି ପାଇବ । ଯାହାର ଅର୍ଥ ହେଉଛି କିଛି ମାସ ପରେ ଭାରତରେ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Get real time updates directly on you device, subscribe now.