fbpx
BJD SKY
BJD SKY

ପ୍ରତିଶ୍ରୁତି ପାଳନ କଲେ ବର୍ଷା: ଦୃଷ୍ଟିହୀନ କଳାକାରଙ୍କ କଣ୍ଠରେ ରେକର୍ଡିଂ କଲେ ଜଗନ୍ନାଥ ଭଜନ

BJD

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ପୁଣି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା । ଏଥର କିନ୍ତୁ ପାରିବାରିକ ସମସ୍ୟାକୁ ନେଇ ନୁହେଁ, ଜଣେ ଦୃଷ୍ଟିହୀନ କଳାକାରଙ୍କୁ ସହାୟତା ପ୍ରଦାନ କରି ବର୍ଷା ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାର କିଶନନଗର ତହସିଲ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ଦୃଷ୍ଟିହୀନ କଳାକାର ଅବଦୁଲ୍ ସମଦ୍ ନିଜାମୀ ଦୀର୍ଘ ୪୩ ବର୍ଷ ଧରି ଜଗନ୍ନାଥ ଭଜନ ଓ ଜଣାଇ ଗାଇଆସୁଛନ୍ତି । ଭତ୍ତା ଓ ସରକାରୀ ସହାୟତାରୁ ବଞ୍ଚିତ ଏହି ଗରିବ କଳାକାର ଦୁର୍ଦ୍ଦିନରେ ଦିନ କାଟୁଥିଲେ । କରୋନା ସମୟରେ ତାଙ୍କର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା । ଅଭିନେତ୍ରୀ ବର୍ଷା ନିଜାମୀଙ୍କର ଏଭଳି ଦୁଃସମୟରେ ତାଙ୍କୁ ସାକ୍ଷାତ କରିବା ସହ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କଟକ ସେକ୍ଟର-୯ ସ୍ଥିତ ପ୍ରତିଭା ଷ୍ଟୁଡିଓରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ‘ନୀଳ କନ୍ଦରରେ ନୀଳ କନ୍ଦର…’ ଗୀତଟି ନିଜାମୀଙ୍କ କଣ୍ଠରେ ରେକର୍ଡିଂ କରାଯାଇଛି । ବର୍ଷା ଏହି ଗୀତ ପ୍ରସ୍ତୁତର ସମସ୍ତ ଦାୟିତ୍ୱ ନେଇ ନିଜର ପ୍ରତିଶ୍ରୁତି ପାଳନ କରିଛନ୍ତି । ଏହି ଗୀତଟି ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.