fbpx

ଘରେ ତୁଳସୀ ଗଛ ଲଗାଇଥିଲେ ବାସ୍ତୁ ଅନୁଯାୟୀ ମାନନ୍ତୁ ଏହି ୩ ନିୟମ, ଅନ୍ୟଥା କାଙ୍ଗାଳ ହୋଇଯିବେ

ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ବିଶେଷ ମାନ୍ୟତା ଦିଆଯାଇଛି । କୁହାଯାଏ ତୁଳସୀ ଗଛରେ ମା ଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ ତୁଳସୀ ବୃକ୍ଷ ଥିଲେ କିଛି ନିୟମ ନିହାତି ମାନନ୍ତୁ ।

ଯଦି ଆପଣଙ୍କ ଘରେ ତୁଳସୀ ଗଛ ରହିଛି ତେବେ ଏହା କିପରି ସବୁବେଳେ ସବୁଜିମାରେ ଭରି ରହିବ ସେଥିପ୍ରତି ଦୃଷ୍ଟି ଦେବେ । ତୁଳସୀ ବୃକ୍ଷକୁ କେବେ ଶୁଖିବାକୁ ଦିଅନ୍ତୁ ନାହିଁ । ବାସ୍ତୁ ଅନୁସାରେ ଏହା ଅଶୁଭ ହୋଇଥାଏ । ଯେଉଁ ସ୍ଥାନରେ ଆପଣ ତୁଳସୀ ଗଛ ଲଗାଇଛନ୍ତି ସେହି ସ୍ଥାନକୁ ସର୍ବଦା ସଫା ସୁତୁରା ରଖନ୍ତୁ । ତୁଳସୀ ବୃକ୍ଷର ସଠିକ୍ ଯତ୍ନ ନେବା ଦ୍ୱାରା ଘର ମଧ୍ୟକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଶୀତ ଦିନେ ତୁଳସୀ ବୃକ୍ଷକୁ ଖରାର ଆବଶ୍ୟକତା ରହିଥାଏ । ତେଣୁ ଶୀତଦିନେ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଖରା ପଡୁଥିବ । ଯଦି ଆପଣ ତୁଳସୀର ଏହି ସମସ୍ତ ନିୟମ ପାଳନ କରିବେ ତେବେ ଘରେ ସୁଖଶାନ୍ତି ଲାଗି ରହିବା ସହ ଧନ ସମୃଦ୍ଧି ବି ବୃଦ୍ଧି ପାଇବ ।

Get real time updates directly on you device, subscribe now.