fbpx

ଭାରତର ଯବାନଙ୍କୁ ଦିଆଯିବ ‘ବୀରତା ପୁରସ୍କାର’: ସ୍ୱାଧୀନତା ଦିବସରେ ପ୍ରକୃତ ବୀରଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଭାରତରେ ଖେଳିଯାଇଛି ଆନନ୍ଦ ଉଲ୍ଲାସର ଲହରୀ । ଏହି ଅବସରରେ ଦେଶର ପ୍ରକୃତ ବୀର ଭାରତୀୟ ଯବାନଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଦେଶର ୧୦୩ ଜଣ ବୀର ଯବାନଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରାଯିବାକୁ ମଞ୍ଜୁରୀ ମିଳିଛି । ଏଥିମଧ୍ୟରେ ୩ ଜଣଙ୍କୁ ମରଣୋତ୍ତର ପୁରସ୍କାର ଏବଂ ୪ ଜଣଙ୍କୁ କୀର୍ତ୍ତି ପୁରସ୍କାର ପ୍ରଦାନ କରାଯିବ । ସେହିପରି ସ୍ୱାଧୀନତା ଦିବସ ଅବସରରେ ୧୮ ଜଣ ବୀର ଯବାନଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ ।

୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶର ପ୍ରକୃତ ହିରୋ ସଶାସ୍ତ୍ର ବଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର କର୍ମଚାରୀମାନଙ୍କୁ ପୁରସ୍କାର ନେଇ ବଡ଼ ଘୋଷଣା କରିଛନ୍ତି । ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତର ୧୦୩ ବୀର ଯବାନଙ୍କୁ ବୀରତାର ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ତାଲିକାରେ ୩ ଜଣ ଯବାନଙ୍କୁ ମରଣୋପରାନ୍ତ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବା ନେଇ ସୂଚନା ଦେଇଛି ରକ୍ଷା ମନ୍ତ୍ରାଳୟ । ସେହିପରି ୪ ଜଣ ସୈନିକଙ୍କୁ ପରଣୋପରାନ୍ତ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ । ଏହାବ୍ୟତୀତ ସେନା ପଦକ(ବୀରତା) ପାଇଁ ୬୩ ସେନା ପଦକ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ୨ ଜଣଙ୍କୁ ମରଣୋପରାନ୍ତ, ୧୧ ନୌସେନା ପଦକ ଏବଂ ୬ଟି ବାୟୁ ସେନା ପଦକ ମଧ୍ୟ ପ୍ରଦାନ କରାଯିବ ।

ବିଭିନ୍ନ ସାମରିକ କାର୍ୟ୍ୟରେ ପ୍ରମୁଖ ଅବଦାନ ପାଇଁ ସେନାର ଶ୍ୱାନ ୟୁନିଟର ‘ଡଗ୍ କେଣ୍ଟ’ (ମରଣୋପରାନ୍ତ) ସମେତ ୩୯ ଟି ମେନସନ୍-ଇନ୍-ଡିସପ୍ୟାଚ୍ ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଅପରେସନ୍ ରକ୍ଷକ, ଅପରେସନ୍ ସ୍ନୋ ଲେପାର୍ଡ, ଅପରେସନ୍ ସହାୟତା, ଅପରେସନ୍ ହିପାଜତ୍, ଅପରେସନ୍ ଅର୍କିଡ୍ ଏବଂ ଅପରେସନ୍ କଚ୍ଛଲ ଇତ୍ୟାଦିରେ ସେନାର କୁକୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

୭୮ ତମ ସ୍ୱାଧୀନତା ଦିବସ ଅବସରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ସର୍ବାଧିକ ୫୨ ପୋଲିସ ବୀରତା ପୁରସ୍କାର ସଂଗ୍ରହ କରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି। CRPFର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସମସ୍ତ ପଦକ ମଧ୍ୟରୁ ଜାମ୍ମୁ କାଶ୍ମୀରରେ ଚାଲିଥିବା ଅଭିଯାନ ପାଇଁ ୨୫ ଟି ପଦକ ପ୍ରଦାନ କରାଯାଇଥିବାବେଳେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟରେ ମାଓବାଦୀ ବିରୋଧୀ କାର୍ୟ୍ୟ ପାଇଁ ୨୭ ଟି ପଦକ ପ୍ରଦାନ କରାଯାଇଛି।

୨୦୧୯ ଫେବୃଆରୀରେ ବିହାରର ମାଓବାଦୀଙ୍କ ବିରୋଧରେ ବୀରତ୍ୱର କାର୍ୟ୍ୟ ପାଇଁ ‘ବୀରତା ପୁରସ୍କାର’ରେ ସମ୍ମାନିତ ହେବେ ସବ୍ ଇନ୍ସପେକ୍ଟର ରୋଶନ କୁମାର । ଅଧିକାରୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ବିଭିନ୍ନ ଅଭିଯାନରେ ସାହସ ପାଇଁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତେଜା ରାମ ଚୌଧୁରୀଙ୍କୁ ଚଳିତବର୍ଷ ଦୁଇଟି ବୀରତା ପୁରସ୍କାର ପ୍ରଦାନ କରାଯିବ । ଉଜଚୠ ପରେ ଜାମ୍ମୁ କାଶ୍ମୀର ପୋଲିସ ୩୧ ଟି ବୀରତା ପଦକ ପାଇଥିବାବେଳେ ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ପୋଲିସ କର୍ମଚାରୀ ପ୍ରତ୍ୟେକ ୧୭ ଟି ପଦକ ପାଇଛନ୍ତି । ଏହାବ୍ୟତୀତ ଗତ ବର୍ଷ ସେପ୍ଟେମ୍ବରରେ ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସହିଦ ହୋଇଥିବା କର୍ଣ୍ଣଲ ହୁମାୟୁନ ଭଟ୍ଟ ଏବଂ କର୍ଣ୍ଣଲ ମରଣୋପରାନ୍ତ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ ।

Get real time updates directly on you device, subscribe now.