fbpx
BJD SKY
BJD SKY

ହାଣ୍ଡିଶାଳରେ ମହଙ୍ଗା ମାଡ଼, କଲବଲ କରୁଛି ପରିବା ଦର

BJD

ଭୁବନେଶ୍ୱର : ହାଣ୍ଡିଶାଳକୁ ଲୋଡ଼ା ପଡ଼ିଥାଏ ପରିବା । ପ୍ରତ୍ୟେକ ପରିବାରରେ ଏହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ତେବେ ଏହାରି ଭିତରେ ଏବେ ସବୁଜ ପନି ରିବାର ଦର ଆକାଶଛୁଆଁ ହେବା ସାଧାରଣ ଲୋକଙ୍କୁ କଲବଲ କରିବା ସହ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତାତି ଯେତିକି ବଢ଼ୁଛି ପରିବା ଦର ମଧ୍ୟ୍‌ ସେତିକି ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏବେ ସବୁଜ ପନି ରିବା ବଜାରରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ହୋଇନପାରିବାରୁ ମୁନାଫାଖୋର ବ୍ୟବସାୟୀମାନେ ଏହାର ଦର ଆକାଶଛୁଆଁ କରିବା ସାଧାରଣ ଲୋକଙ୍କୁ ସମସ୍ୟା ଘେରରେ ପକାଇଛି । ବଜାରକୁ ୧୦୦୦ ଟଙ୍କା ନେଇ ଗଲେ ମଧ୍ୟ ବ୍ୟାଗ୍‌ଟି ପୁରୁନାହିଁ ।

ବଜାରର ଦର କହିବାକୁ ଗଲେ ଏବେ ଆଳୁ ଓ ପିଆଜକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପରିବା ଦର ୫୦ ଟଙ୍କା ତଳେ ନଥିବା ଜଣାପଡ଼ିଛି । ବଜାରରେ ବାଇଗଣ କିଲୋ ୬୦, ଝୁଡ଼ଙ୍ଗ କିଲୋ ୭୦, ବିନ୍ସ କିଲୋ ୮୦, କାକୁଡ଼ି ୪୦, ପୋଟଳ ୧୦୦, କଲରା ୬୦, ଟମାଟୋ ୩୦, ଛୁଇଁ ୮୦ରୁ ୧୦୦, କଖାରୁ ୪୦, ଖମ୍ବଆଳୁ ୬୦, କାଙ୍କଡ଼ ୮୦, ଧନିଆପତ୍ର କିଲୋ ୨୦୦, ଲେମ୍ବୁ ଗୋଟା ୧୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଏବେ ଏହି ଦର ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀଙ୍କ ପାଇଁ ମହରଗ ପାଲଟିଛି । ରାତି ପାହିଲେ କୁଟୁମ୍ବ ଚଳାଇବା ପାଇଁ ସେମାନଙ୍କୁ ପରିବା ଦର ଚିନ୍ତାରେ ପକାଉଛି । ବ୍ୟବସାୟୀଙ୍କୁ ପଚାରିଲେ ସେମାନେ କହୁଛନ୍ତି କି ତୈଳଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିଛି ଓ ସେଥିପାଇଁ ପରିବା ଦରରେ ଅହେତୁକ ବୃଦ୍ଧି ପାଉଛି । ତେବେ ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଏହି ଦର ବଳବତ୍ତର ରହିବ ବୋଲି ବ୍ୟବସାୟୀମାନେ ଅନୁମାନ କରିଛନ୍ତି ।

Get real time updates directly on you device, subscribe now.