fbpx

ଟୁରିଜିମ୍‌ ବିଭାଗରେ ଚାକିରି ଦେବା ନାଁରେ ଠକେଇ ! ଅଭିଯୁକ୍ତ ନାଁରେ ଥାନାରେ ଏତଲା ଦେଲେ ଯୁବତୀ

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସରଧାପୁର ପଞ୍ଚାୟତର ଢଙ୍କସର ଗ୍ରାମର ୨ଜଣ ଯୁବତୀଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଖଡ଼ିଆଳ ଥାନାରେ ଗତ ମାର୍ଚ୍ଚ ୮ରେ ଜୟନ୍ତୀ ତାଣ୍ଡିଙ୍କ ପିତା ଭୁଜବଲ ତାଣ୍ଡି ବୋଡ଼େନ ଥାନା କରଙ୍ଗାମାଲ ଗ୍ରାମର ବେଣୁଧର ଜଗତଙ୍କ ନାଁରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ, ବୋଡ଼େନ ଥାନା କରଙ୍ଗାମାଲ ଗ୍ରାମର ବେଣୁଧର ଜଗତ ନିଜକୁ ଜଣେ ନେତା ଓ ଗଣମାଧ୍ୟମ ପ୍ରତିନିଧି କହି ବିଗତ ଦେଢ ବର୍ଷ ତଳେ ଅଭିଯୋଗକାରୀ ଜୟନ୍ତୀ ତାଣ୍ଡି ଓ ନିଲମ ତାଣ୍ଡିଙ୍କ ପିତା ବିନାୟକ ତାଣ୍ଡିଙ୍କ ଢଙ୍କସର ଗ୍ରାମକୁ ଆସି ସେମାନଙ୍କ ପରିବାର ଲୋକେଙ୍କ ସହିତ କଥା ହୋଇ ବିଶ୍ୱାସ ଜନ୍ମାଇ ଥିଲେ । ପରେ ଟୁରିଜିମ୍‌ ବିଭାଗ ନୂଆପଡ଼ାରେ ଚାକିରି କରାଇ ଦେବା ନାମରେ ୨ଜଣଙ୍କଠାରୁ ୪୦ ହଜାର ଟଙ୍କା ଲେଖାଏଁ ମୋଟ ୮୦ ହଜାର ଟଙ୍କା, ମାଟ୍ରିକ ଓ ତ୍+୨ ସାର୍ଟିଫିକେଟ ନେଇଥିଲେ । କିନ୍ତୁ ଆଜକୁ ଦେଢ଼ ବର୍ଷ ବିତି ଯାଇଥିଲେ ହେଁ ଚାକିରି ହେବା ତ ଦୂରକଥା ଫୋନ କଲେ ମଧ୍ୟ ବେଣୁଧର ଉଠାଉ ନାହାନ୍ତି । ଭୁଜବଲଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ଖଡ଼ିଆଳ ଏସଆଇ ଦୁର୍ଗା ପ୍ରସାଦ ସାହୁ ଅନେକ ଥର କରଙ୍ଗାମାଲ ଗ୍ରାମ ତଥା ପଡ଼ୋଶୀ ରାଜ୍ୟକୁ ଯାଇ ଖୋଜାଖାଜି କରିଥିଲେ ମଧ୍ୟ ବେଣୁଧରର ପତ୍ତା ମିଳି ପାରିନାହିଁ । ଏନେଇ ଖଡ଼ିଆଳ ଏସଡିିଓ ସନ୍ତକ ଜେନାଙ୍କୁ ପଚାରିବାରୁ ବିଗତ ଦେଢ଼ ବର୍ଷ ତଳେ ବେଣୁଧର ଜଗତ ଝିଅଙ୍କୁ ଚାକିରି କରାଇ ଦେବା ନାମର ଠକେଇ କରିଛନ୍ତି ଓ ବର୍ତ୍ତମାନ ସେ ଫେରାର ଅଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୩ରୁ ୪ଜଣ ଠକେଇର ଶିକାର ହେଇ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ଏହାର ସଂଖ୍ୟା ୩୦ରୁ ଅଧିକ ହୋଇଥିବା ଅଭିଯୋଗ ହେଉଛି ।

Get real time updates directly on you device, subscribe now.