fbpx

ଏସିଆ କପ୍ ପାଇଁ ବଦଳିଗଲା ଭେନ୍ୟୁ: ଏହି ଷ୍ଟାଡିୟମରେ ଖେଳାଯିବ ସୁପର-୪ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ ମୁକାବିଲା ଏବଂ ପାଇନାଲ ମ୍ୟାଚରେ ହୋଇପାରେ ବଡ଼ ପରିବର୍ତ୍ତନ । ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଖେଳାଯିବନି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଅଧିକାଂଶ ମ୍ୟାଚରେ ପ୍ରବଳ ବର୍ଷା ଯୋଗୁଁ ଦଳମାନଙ୍କ ଚୟନ ଉପରେ ବଡ଼ ପ୍ରଭାବ ପଡ଼ୁଛି । ତେଣୁ ଏସିଆନ୍ କ୍ରିକେଟ କାଉନ୍ସିଲ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ବର୍ଷା ଦାଉରୁ ରକ୍ଷା ପାଇ ଟୁର୍ଣ୍ଣାମେଣ୍ଟକୁ ଶେଷ କରିବା ପାଇଁ ଏହି ନିଷ୍ପତ୍ତି ନେଇଛି ସଂଘ । ତେବେ ଏଣିକି କଲମ୍ବୋ ପରିବର୍ତ୍ତେ ଆଉ ଏକ ନୂଆ ସ୍ଥାନରେ ଏହି ମ୍ୟାଚ ଖେଳାଯିବ ।

ରିପୋର୍ଟ ଅନୁସାରେ, ଏସିଆ କପ୍-୨୦୨୩ର ସୁପର-୪ ଏବଂ ଫାଇନାଲ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବାର ସୂଚୀ ରହିଥିଲା । କିନ୍ତୁ ବର୍ତ୍ତମାନ ଲଗାଣ ବର୍ଷା ଜାରି ରହିଛି । ପ୍ରତିଦିନର ବର୍ଷା ଟୁର୍ଣ୍ଣାମେଣ୍ଟ ଉପରେ ପ୍ରଭାବ ପକାଇଛି । ତେଣୁ ଏହାକୁ ନଜରରେ ରଖି ସୁପର-୪ ପୂର୍ବରୁ ଏସିଆ କପ୍ ଭେନ୍ୟୁରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି ଏସିଆନ୍ କ୍ରିକେଟ କାଉନ୍ସିଲ । ଏସିଆ କପ୍ ର ସୁପର-୪ ଷ୍ଟେଜର ସମସ୍ତ ମୁକାବିଲା ସହିତ ଫାଇନାଲ ମ୍ୟାଚ ହମ୍ବନଟୋଟାକୁ ସ୍ଥାନାନ୍ତର କରାଯାଇଛି । ଏହାପୂର୍ବରୁ ପଲ୍ଲେକେଲ ଏବଂ ଦାମ୍ବୁଲା ଭେନ୍ୟୁ ଉପରେ ମଧ୍ୟ ଆଲୋଚନା କରାଯାଇଛି । କଲମ୍ବୋରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ସୁପର-୪ ମୁକାବିଲା ମଧ୍ୟ ରଦ୍ଦ ହେବାର ଆଶଙ୍କା ରହିଛି । ତେଣୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉ କି, ସେପ୍ଟେମ୍ବର ୯ ତାରିଖରୁ କଲମ୍ବୋରେ ଖେଳାଯିବାକୁ ଥିବା ଏସିଆ କପ୍ ର ସମସ୍ତ ମ୍ୟାଚଗୁଡ଼ିକ ହମ୍ବନଟୋଟାରେ ଖେଳାଯିବ । ଏହି ତାଲିକାରେ ଏସିଆ କପ୍-୨୦୨୩ ଫାଇନାଲ ମ୍ୟାଚ ମଧ୍ୟ ନୂଆ ଭେନ୍ୟୁ ଚୟନ କରାଯାଇଛି । ତେବେ ବର୍ତ୍ତମାନ ଏହି ଷ୍ଟାଡିୟମରେ ସେପ୍ଟେମ୍ବର ୯, ୧୦, ୧୨, ୧୪ ଏବଂ ୧୫ ତାରିଖରେ ସୁପର-୪ ରାଉଣ୍ଡରେ ମୋଟ ୫ଟି ମ୍ୟାଚ ଖେଳାଯିବ । ଏହାବ୍ୟତୀତ ଏହି ଗ୍ରାଉଣ୍ଡରେ ୧୭ ତାରଖରେ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ।

Get real time updates directly on you device, subscribe now.