fbpx

କଟ୍ରିନା କୈଫଙ୍କ ସହ ରିଲେସନ୍ ଗୁଜବକୁ ନେଇ ଏପରି କହିଲେ ଭିକି, କହିଲେ ‘ଖୁବ୍ ଶୀଘ୍ର କରିବେ ନିର୍ବନ୍ଧ’

ମୁମ୍ବାଇ: ବଲିଉଡ୍ ଅଭିନେତା ଭିକି କୌଶଲ ଏବେ ଫିଲ୍ମ “ସରଦାର୍ ଉଦ୍ଧବ”ର ସଫଳତାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭିକି ଏବେ ନିଜ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହା ଭିତରେ କଟ୍ରିନା କୈଫ୍ ଓ ତାଙ୍କ ରିଲେସନ୍ କୁ ନେଇ ଗୁଜବ ଶୁଣିବାକୁ ମିଳିଛି । ନିକଟରେ ସେମାନେ ଦୁହେଁ ନିର୍ବନ୍ଧ କରିଥିବା ଖବର ଚର୍ଚ୍ଚାରେ ରହିଥିଲା । ହେଲେ ପରେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା । ଏବେ ଭିକି, ତାଙ୍କର ଏବଂ କଟ୍ରିନାଙ୍କ ନିର୍ବନ୍ଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

 

View this post on Instagram

 

A post shared by Vicky Kaushal (@vickykaushal09)

କିଛି ସପ୍ତାହ ତଳେ ଖବର ଆସିଥିଲା ଯେ, ଭିକି କୌଶଲ ଓ କଟ୍ରିନା କୈଫ୍ ଙ୍କ ରୋକା ସେରେମନି ହୋଇଯାଇଛି । ଏହି ସମୟରେ ସେମାନଙ୍କର କିଛି ପୁରୁଣା ଫଟୋ ଭାଇରାଲ୍ ହୋଇଥିଲା । ଏହି ଗୁଜବ ମିଛ ବୋଲି ଜଣାପଡ଼ିଥିଲା । ଏବେ ଏକ ସାକ୍ଷାତକାର ସମୟରେ ଭିକିଙ୍କୁ ଭବିଷ୍ୟତର ପ୍ଲାନିଂ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନରେ ଭିିକି କହିଥିଲେ ଯେ, “ଏହି ଖବର ଆପଣଙ୍କ ସାଙ୍ଗ ମାନେ ହିଁ ଭାଇରାଲ୍ କରିଥିଲେ । ମୁଁ ଖୁବ୍ ଶୀଘ୍ର ନିର୍ବନ୍ଧ କରିବି । ଯେବେ ସମୟ ଠିକ୍ ହେବ, ତାର ବି ସମୟ ଆସିବ” ।

Get real time updates directly on you device, subscribe now.