fbpx
BJD SKY
BJD SKY

Video: ଦୀପ ଜାଳିବାବେଳେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ଶାଢ଼ିରେ ଲାଗିଲା ନିଆଁ

BJD

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତି ଲୋକସଭା କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦୀପ ଜଳାଇବା ସମୟରେ ସୁପ୍ରିୟା ସୁଲେଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ହେଲେ ସମୟ ଥାଉ ଥାଉ ଆୟୋଜକଙ୍କ ନଜର ପଡିଥିଲା ଏବଂ ସେମାନେ ସୁପ୍ରିୟା ସୁଲେଙ୍କୁ ସତର୍କ କରାଇ ଦେଇଥିଲେ। ଯାହା ଫଳରେ ସମୟ ଥାଉ ଥାଉ ନିଆଁକୁ ଲିଭାଇ ଦିଆଯାଇଥିଲା।

ସୁପ୍ରିୟା ସୁଲେ ହିଞ୍ଜେୱାଡିର ଲକ୍ଷ୍ମୀ ଛକ ନିକଟ ଭିଥାଲ ଲନରେ କରାଟେ ପ୍ରତିଯୋଗିତାର ଉଦଘାଟନ ପାଇଁ ଯାଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ଦୀପ ଜାଳିବା ସମୟରେ ଏହି ଘଟଣା ଘଟିଥିଲା। ତେବେ ସାଂସଦ ସୁପ୍ରିୟା ସୁଲେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।

Get real time updates directly on you device, subscribe now.