fbpx

Land of Fire: ୪୦୦୦ ବର୍ଷ ଧରି ଜଳୁଛି ନିଆଁ, ପାଣି, ବରଫ, ପବନ ସମସ୍ତେ ହାର ମାନିଛନ୍ତି, କ’ଣ ରହିଛି ରହସ୍ୟ

ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗରେ ପହଞ୍ଚିଥିଲେ ହେଁ ଏବେ ବି ପୃଥିବୀର ଅନେକ ସ୍ଥାନରେ ପ୍ରକୃତିର ବିଚିତ୍ର ରହସ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ୪ ହଜାର ବର୍ଷ ଧରି ଗୋଟିଏ ପାହାଡ଼ରେ ନିଅାଁ ଜଳୁଛି, ଯାହାକି କେବେ ଲିଭୁ ନାହିଁ । ନା ପାଣି ନା ବରଫ କେହି ବି ଏହି ରହସ୍ୟମୟୀ ନିଆଁକୁ ଲିଭାଇବାରେ ସକ୍ଷମ ହେଉ ନାହାନ୍ତି । ଅଗ୍ନିର ଶିଖା ପାହାଡ଼ର ପାଦ ଦେଶରେ ସତେ ଯେମିତି ନୃତ୍ୟ କରୁଥିବା ଭଳି ଅନୁଭବ ହୁଏ ।

ତେବେ ଆଜରବୈଜନରେ ଏଭଳି ଏକ ରହସ୍ୟମୟୀ ଦୃଷ୍ଟି ଦେଖିବାକୁ ମିଳିଛି । ସେଥିପାଇଁ ଏହି ଦେଶକୁ ‘ଲ୍ୟାଣ୍ଡ ଅଫ୍ ଫାୟାର’ ବୋଲି କୁହାଯାଇଥାଏ । ଗତ ତ୍ରୟୋଦଶ ଶତାବ୍ଦୀରେ ଭେନିସର ଜଣେ ଗବେଷକ ମାର୍କ ପୋଲୋ ଏହି ରହସ୍ୟମୟୀ ଅଗ୍ନି ବିଷୟରେ ଲେଖିଥିଲେ । ତେବେ ଏହି ଅଜବ ଘଟଣା ବିଷୟରେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ମଧ୍ୟ ଭିଡିଓ ଭାଇରାଲ ହୋଇଥାଏ । ବର୍ଷ ବର୍ଷ ଧରି ଏହି ଜଳନ୍ତା ନିଆଁକୁ କେହି ଲିଭାଇ ପାରୁନଥିବାରୁ ତାହା ଏବେ ଏକ ବଡ଼ ରହସ୍ୟ ହୋଇ ରହିଛି ।

ରିପୋର୍ଟ ମୁତାବକ, ସେଠାରେ ଏପରି ଅନେକ ସ୍ଥାନରେ ଏପରି ନିଆଁ ଲାଗିଛି । ଥଣ୍ଡା ପବନର ପ୍ରକୋପ ମଧ୍ୟ ଏହି ନିଆଁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ତେବେ ଏହି ନିଆଁକୁ ନେଇ ଅନେକ ବୈଜ୍ଞାନିକ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଏହି ନିଆଁ ପଛରେ ପ୍ରାକୃତିକ ଗ୍ୟାସ ବୋଲି କୁହାଯାଏ । ନିକଟରେ ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ପୁଣି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

Get real time updates directly on you device, subscribe now.