(video) ପର୍ଯ୍ୟଟକ ଭର୍ତ୍ତି ଗାଡ଼ିରେ ପଶିଗଲା ହିଂସ୍ର ସିଂହ, ଆଉ ତାପରେ ଯାହା ହେଲା… ଭିଡ଼ିଓ ଭାଇରାଲ୍
ପର୍ଯ୍ୟଟକଙ୍କ ଗାଡ଼ି ଭିତରେ ସିଂହ।
ନୂଆଦିଲ୍ଲୀ: ସିଂହ ଏପରି ଏକ ହିଂସ୍ର ପଶୁ ଜାହାର ନାଁ ଶୁଣିଲେ ମନରେ ଛନକା ପଶିଯାଏ। ଆଉ ଥରେ ଭାବନ୍ତୁତ ଆପଣ ଜଙ୍ଗଲ ସଫାରିରେ ଯାଇଥିବେ ଆଉ ଆପଣଙ୍କ ଗାଡ଼ି ଭିତରେ ଏକ ହିଂସ୍ର ସିଂହ ପଶିଯିବ, ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ?
ନିଶ୍ଚିତ ଭାବରେ ନିଜର ମୃତ୍ୟୁକୁ ଅତି ପାଖରୁ ଦେଖିବେ। ଏପରି ବି ହୋଇପାରେ ସିଂହ ମୁହଁରେ ଆପଣଙ୍କ ଜୀବନ ବି ଯାଇପାରେ। ଠିକ୍ ସେହିପରି ଏବେ ଏପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହା ଟ୍ରେଣ୍ଡରେ ମଧ୍ୟ ରହିଛି।
ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ସିଂହୀ ହଠାତ୍ ପର୍ଯ୍ୟଟକଙ୍କ ଭର୍ତ୍ତି ଏକ ଜିପ୍ ଭିତରକୁ ପଶିଯାଉଛି। ଏହି ଦୃଶ୍ୟ ଏତେ ଭୟଙ୍କର ଏବଂ ରୋମାଞ୍ଚକର ଯେ ଏହାକୁ ଦେଖୁଥିବା ଲୋକମାନେ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରୁନାହାଁନ୍ତି।
ଭିଡିଓରେ କିଛି ପର୍ଯ୍ୟଟକ ଏକ ଖୋଲା ଜିପରେ ଜଙ୍ଗଲ ପରିଭ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ଆଉ ଏହି ସମୟରେ ହଠାତ୍ ଏକ ସିଂହୀ ଆସି ଗାଡ଼ି ଭିତରକୁ ପଶିଯାଉଛି।
ଆଉ ଗାଡି ଭିତରେ ସିଂହ ପଶିବା ଦେଖି ପର୍ଯ୍ୟଟକମାନେ ମଧ୍ୟ ଭୟଭୀତ ହେଇଯାଉଛନ୍ତି। କାରଣ ସେ ହେଉଛି ହିଂସ୍ର କେତେବେଳେ ବି ଆକ୍ରମଣ କରିପାରେ।
ହେଲେ ସବୁଠାରୁ ବଡ଼ କଥା ହେଉଛି ଜଙ୍ଗଲରେ ରହୁଥିବା ଏହି ହିଂସ୍ର ସିଂହିଟି ପର୍ଯ୍ୟଟକଙ୍କର କୌଣସି କ୍ଷତି କରୁନାହିଁ ବରଂ ସେମାନଙ୍କ ପାଖରେ ଗେହ୍ଲା ହେଉଛି।
କେବଳ ସେତିକି ନୁହେଁ ଏହି ସମୟରେ ଏକ ସିଂହ ମଧ୍ୟ ଆସି ଜଣେ ପର୍ଯ୍ୟଟକଙ୍କ କୋଳରେ ବସି ଯାଉଛି। ଏହି ଦୃଶ୍ୟ ଦେଖି ନିଶ୍ଚିତ ଭାବରେ ଦର୍ଶକଙ୍କ ଲୋମମୂଳ ଟାଙ୍କୁରି ଉଠିବ।
Bro forgot they were a lion pic.twitter.com/Rjtzw3rGtS
— Nature is Amazing ☘️ (@AMAZlNGNATURE) September 16, 2025