fbpx

Video: ଯୁବତୀଙ୍କୁ ଜୋ ବିଡେନଙ୍କ ଡେଟିଂ ଉପଦେଶ: ଗମ୍ଭୀର ହେବା ଆବଶ୍ୟକ ନାହିଁ ଯେ ପର୍ଯ୍ୟନ୍ତ …

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଜଣେ ଯୁବତୀଙ୍କୁ ଡେଟିଂ ପରାମର୍ଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆଉ ରାଷ୍ଟ୍ରପତିଙ୍କ ଏହି ଉପଦେଶ ଶୁଣି ଝିଅଟି ଆଶ୍ଚର୍ଯ୍ୟ ହୋଇଯାଉଛି। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଏବେ ଖୁବ ଭାଇରଲ ହେଉଛି। ଭାଇରାଲ ହେଉଥିବା ଏକ ଭିଡିଓରେ ବିଡେନ ଜଣେ ଝିଅକୁ କହିଛନ୍ତି ଯେ, ତୁମେ ୩୦ ବର୍ଷ ପର୍ଯ୍ୟନ୍ତ ସିରିୟସ ହୁଅ ନାହିଁ। ଇରଭାଇନ୍ ଭ୍ୟାଲି କମ୍ୟୁନିଟି କଲେଜ ଇଭେଣ୍ଟରେ ରାଷ୍ଟ୍ରପତି ବିଡେନ ତାଙ୍କ ମନ୍ତବ୍ୟ ପ୍ରଦାନ କରିବା ପରେ ଯୁବତୀ ଜଣଙ୍କ ସହ ଏହି ମୁହୂର୍ତ୍ତଟି କ୍ୟାମେରାରେ କଏଦ ହୋଇଥିଲା।

ଏହି ଭିଡିଓରେ ରାଷ୍ଟ୍ରପତି ବିଡେନ ଅଭିବାଦନ ଗ୍ରହଣ କରି କ୍ୟାମ୍ପସରେ ଫଟୋ କ୍ଲିକ୍ କରିବା ସହିତ ଆରମ୍ଭ କରିଥିଲେ। କିଛି ସେକେଣ୍ଡ ପରେ ସେ ସାମ୍ନାରେ ଠିଆ ହୋଇଥିବା ଝିଅର କାନ୍ଧରେ ହାତ ରଖି କହିଥିଲେ, ‘ମୁଁ ମୋ ଝିଅ ଏବଂ ନାତୁଣୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛି। ଯେ ପର୍ଯ୍ୟନ୍ତ ତୁମେ ୩୦ ବର୍ଷର ହୋଇନାହଁ, ସେ ପର୍ଯ୍ୟନ୍ତ ଗମ୍ଭୀର ହେବାର କିଛି ଆବଶ୍ୟକ ନାହିଁ। ଯୁବତୀ ଜଣକ ଟିକିଏ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ପରେ କହିଥିଲେ ‘ଠିକ ଅଛି, ମୁଁ ଏହାକୁ ମନେ ରଖିବି’ ଏବଂ ହସିବାକୁ ଲାଗିଥିଲେ।

ଏହାପୂର୍ବରୁ ଜୋ ବିଡେନ ତାଙ୍କଠାରୁ ୧୮ ବର୍ଷ ସାନ ଯୁବତୀ ସହିତ ତାଙ୍କର ସମ୍ପର୍କ ବିଷୟରେ କହି ଚର୍ଚ୍ଚାରେ ଥିଲେ। ଆମେରିକାର ରାଷ୍ଟ୍ରପତି, ନ୍ୟାସନାଲ ଏଜୁକେସନ୍ ଆସୋସିଏସନରେ ଭାଷଣ ଦେବା ସମୟରେ ଭିଡ ଭିତରେ ଜଣେ ମହିଳାଙ୍କୁ ଦେଖି ମଧ୍ୟଭାଗରେ ଅଟକି ଯାଇଥିଲେ। ଏହା ପରେ ସେ ମହିଳା ଜଣଙ୍କୁ ହାଏ କହିବାକୁ କହିଥିଲେ, କାରଣ ସେମାନେ ବହୁ ପୁରୁଣା ବନ୍ଧୁ ଥିଲେ ବୋଲି ସେ ତାଙ୍କୁ ଚିହ୍ନି ସାରିଥିଲେ। ସେ କହିଥିଲେ ଯେ, ସେ ୧୨ ବର୍ଷ, ମୁଁ ୩୦ ବର୍ଷର ଥିଲି। କିନ୍ତୁ ଯାହାହେଉ, ଏହି ମହିଳା ମୋତେ ବହୁତ ସାହାଯ୍ୟ କରିଥିଲେ ବୋଲି ସେ କହିଥିଲେ।

Get real time updates directly on you device, subscribe now.