fbpx

(Video): କାଶ୍ମୀରର କେସର, ତାମିଲନାଡ଼ୁର ମୋତି, ଜାଣନ୍ତୁ ବିଲ୍ ଗେଟ୍ସଙ୍କୁ କ’ଣ ସବୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଇଥିଲେ । ଉଭୟଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, ବିଜ୍ଞାନ, ସ୍ୱାସ୍ଥ୍ୟ, ଏଆଇ, ଡିଜିଟାଲ ପେମେଣ୍ଟ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ତେବେ ଆଲୋଚନା ଶେଷ ହେବା ପରେ ସୌଜନ୍ୟ ଦୃଷ୍ଟିରୁ ବିଲ୍ ଗେଟ୍ସଙ୍କୁ ‘ଭୋକାଲ ଫର୍ ଲୋକାଲ’ ଗିଫ୍ଟ ହେମ୍ପର ଦେଇଥିଲେ । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଲ୍ ଗେଟ୍ସଙ୍କୁ ‘ଭୋକାଲ ଫର୍ ଲୋକାଲ’ ଗିଫ୍ଟ ହେମ୍ପର ଦେଇଥିଲେ ଯେଉଁଥିରେ ବିଭିନ୍ନ ରାଜ୍ୟର ଉତ୍ପାଦ ଥିଲା । ତାମିଲନାଡ଼ୁର ଥୁତ୍ତୁକୁଡ଼ି ମୋତି, କାଶ୍ମୀର ପଶମୀନା ଶାଲ ଏବଂ କେସର ଦେଇଥିଲେ । ଡାର୍ଜେଲିଙ୍ଗ୍ ଏବଂ ନୀଳଗିରିର ଚାହାପତି ସହ ଭାରତର ପ୍ରାଚୀନ ସଂସ୍କୃତିକୁ ଦର୍ଶାଉଥିବା ଟେରାକୋଟା ମୂର୍ତ୍ତି ଉପହାର ମଧ୍ୟ ଉପହାରରେ ସାମିଲ ଥିଲା । ସେହିପରି ବିଲ୍ ଗେଟ୍ସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ‘ପୁଷ୍ଟିକର ପୁସ୍ତକ’ର ଏକ ସେଟ୍ ଉପହାର ସ୍ୱରୂପ ଭେଟି ଦେଇଥିଲେ ।

Get real time updates directly on you device, subscribe now.