fbpx

ଦେଶ ଛାଡ଼ି USA ପାଇଁ ଖେଳିବେ ଏହି ଷ୍ଟାର କ୍ରିକେଟର: ଟି-୨୦ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ: କ୍ରିକେଟକୁ ନେଇ ଲୋକଙ୍କ କ୍ରେଜ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ୟା ଭିତରେ ଆଇପିଏଲ ଏବଂ ଅନ୍ୟାନ୍ୟ ଲିଗ୍ ଯୁବ ପ୍ରତିଭାଙ୍କ ସହ ଅନେକ ପୂର୍ବତନ ଖେଳାଳିଙ୍କ ପାଇଁ ସୁନ୍ଦର ପ୍ଲାଟଫର୍ମ ପାଲଟିଛି । ସେହିପରି ଆମେରିକା କାନାଡ଼ା ବିପକ୍ଷ ଟି-୨୦ ସିରିଜରେ ସାମିଲ ହୋଇଛନ୍ତି ଜଣେ ଷ୍ଟାର ଅଲରାଉଣ୍ଡର । ନ୍ୟୁଜିଲାଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର କୋରୀ ଆଣ୍ଡରସନ୍ ମଧ୍ୟ ଦଳ ପରିବର୍ତ୍ତନ କରିଛନ୍ତି । ଏବେ ଆମେରିକା ପାଇଁ ଟି-୨୦ ଦଳରେ ସାମିଲ ହୋଇଛନ୍ତି ଆଣ୍ଡରସନ୍ । କାନାଡ଼ା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଦଳରେ ଆଣ୍ଡରସନ୍ ସ୍ଥାନ ପାଇଛନ୍ତି ।

ଏହି ସିରିଜ୍ ପାଇଁ ଆମେରିକା ନିଜର ୧୫ ସଦସ୍ୟ ଦଳ ଘୋଷଣା କରିଛି । ଏଥିରେ ଆଣ୍ଡରସନ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବାବେଳେ ଭାରତୀୟ କ୍ରିକେଟ୍ ଛାଡିବା ପରେ ଆମେରିକାକୁ ଆସିଥିବା ଉନ୍ମୁକ୍ତ ଚାନ୍ଦଙ୍କୁ ଏକ ବଡ଼ ଝଟକା ଲାଗିଛି। ଉନ୍ମୁକ୍ଟ ଟି -୨୦ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ଟି -୨୦ ସିରିଜ୍ ପାଇଁ ଦଳରେ ଆଣ୍ଡରସନଙ୍କ ପ୍ରଦର୍ଶନ ତାଙ୍କୁ ଆଗାମୀ ଟି -୨୦ ବିଶ୍ୱକପ୍ ୨୦୨୪ ସୁଯୋଗ ଦେଇପାରେ । ଏହି ବିଶ୍ୱକପରେ ଆମେରିକା ଦଳ ପାଇଁ ଆଣ୍ଡସନଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

ଣ୍ଡରସନ ୨୦୨୦ ରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟରୁ ଅବସର ନେଇଥିଲେ। ଟି -୨୦ ବିଶ୍ୱକପ ୨୦୨୪ ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆମେରିକା କାନାଡା ବିପକ୍ଷରେ ଏକ ଟି -୨୦ ସିରିଜ ଖେଳିବାକୁ ନିଷ୍ପତ୍ତି ନେଇଛି। ଜୁନ୍ ୧ ରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଟି -୨୦ ବିଶ୍ୱକପ୍ (ଆଇସିସି ଟି -୨୦ ବିଶ୍ୱକପ୍ ୨୦୨୪) ଆୟୋଜିତ ହେବ । କୋରି ଆଣ୍ଡରସନ ଶେଷ ଥର ପାଇଁ ୨୦୧୮ ରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।

Get real time updates directly on you device, subscribe now.