fbpx

(Video) ସାମ୍ନାକୁ ଆସିଲା ଅନନ୍ତନାଗ ଏନକାଉଁଣ୍ଟର ଭିଡ଼ିଓ: ଦେଖନ୍ତୁ କିପରି ଆତଙ୍କବାଦୀଙ୍କୁ ଡ୍ରୋନ୍ ସାହାଯ୍ୟରେ ବୋମା ପକାଇଲା ସୁରକ୍ଷା ବାହିନୀ

ଶ୍ରୀନଗର: ଜାମ୍ମୁ-କଶ୍ମୀରର ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆତଙ୍କବାଦୀମାନେ ଗୁମ୍ଫା ମୁହାଣରେ ବସିଥିବାର ନଜର ଆସିଛନ୍ତି। ଏହି ସମୟରେ ଆତଙ୍କବାଦୀମାନେ ବସିଥିବା ସ୍ଥାନରେ ଏକ ବିସ୍ଫୋରଣ ଘଟିଛି। କୁହାଯାଉଛି ଯେ, ଏହି ଅପରେସନରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ବିଭିନ୍ନ କୌଶଳ ବ୍ୟବହାର କରୁଛନ୍ତି। ଆତଙ୍କବାଦୀମାନେ ବସିଥିବା ଗୁମ୍ଫା ମୁହଁରେ ଏକ ବୋମା ଫିଙ୍ଗି ଦିଆଯାଇଛି। କୁହାଯାଉଛି ଯେ, ଏହି ଆକ୍ରମଣ ଡ୍ରୋନ୍ ସାହାଯ୍ୟରେ କରାଯାଇଥିଲା। ଏହି ଆକ୍ରମଣ ସମୟରେ ଜଣେ ଆତଙ୍କବାଦୀ ମଧ୍ୟ ଦୌଡ଼ି ପଳାଇଥିବାର ନଜର ଆସିଥିଲେ।

ଏହି ସମୟରେ ଜାମ୍ମୁ କାଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଇନପୁଟ୍ ସୂଚନା ଉପରେ ଏହି ଅପରେସନ୍ ଚାଲିଛି। ପ୍ରାୟତଃ ୨ ରୁ ୩ ଜଣ ଆତଙ୍କବାଦୀ ଘେରି ରହିଛନ୍ତି ଏବଂ ଶୀଘ୍ର ସେମାନଙ୍କୁ ହତ୍ୟା କରାଯିବ। ଅନନ୍ତନାଗ ଜିଲ୍ଲାର ପାହାଡ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଚାଲିଥିବା ଅପରେସନରେ ଡ୍ରୋନ୍ ବ୍ୟବହାର କରାଯାଉଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ଚାଲିଥିବା ଅପରେସନ ତୃତୀୟ ଦିନ ପାଇଁ ଜାରି ରହିଛି।

ବୁଧବାର ଦିନ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ତିନିଜଣ ସେନା ଅଧିକାରୀ ଏବଂ ଜଣେ ସୈନିକ ସହିଦ ହୋଇଥିଲେ। ଡ୍ରୋନ୍ ତଦାରଖ ଆଧାରରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନରେ ଗୁଳି ଚଳାଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରି ରହିଛନ୍ତି। ବୁଧବାର ଦକ୍ଷିଣ କାଶ୍ମୀର ଜିଲ୍ଲାର କୋକେରନାଗ ଅଞ୍ଚଳର ଗାଡୋଲେରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ସେନାବାହିନୀର ୧୯ ଟି ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର କମାଣ୍ଡିଂ କର୍ଣ୍ଣେଲ ମନପ୍ରୀତ ସିଂ, ଜାମ୍ମୁ କାଶ୍ମୀର ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ହୁମାୟୁନ ଭଟଙ୍କ ସହ ସହିଦ ହୋଇଥିଲେ।

 

Get real time updates directly on you device, subscribe now.