fbpx

(Video): Indigo ଫ୍ଲାଇଟ୍ ଭିତରେ reels କରୁଥିଲେ ମହିଳା ଯାତ୍ରୀ, ୟୁଜର୍ସ ଦେଲେ ଏପରି କମେଣ୍ଟ

Advertisement

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆ ଯୁଗ । ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଏଥିମଧ୍ୟରେ ଦିନକୁ ଦିନ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ରୀଲ୍ସ ନିଶା ବଢ଼ିବାରେ ଲାଗିଛି । ଫେମସ୍ ହେବା ପାଇଁ କିଏ ଖୁଣ୍ଟ ଉପରେ ଚଢ଼ିଲାଣି ତ କିଏ ଜଙ୍ଗଲକୁ ଗଲାଣି, କିଏ ରାସ୍ତା ଉପରେ ରୀଲ୍ସ କରିବାରେ ବ୍ୟସ୍ତ । ଇନଷ୍ଟାଗ୍ରାମ, ୟୁଟୁ୍ୟବ୍, ଟିକଟକ୍ ଇତ୍ୟାଦି ମାଧ୍ୟମରେ ଲୋକମାନେ ଭିଡିଓ ଅପଲୋଡ୍ କରିଥାନ୍ତି । ବର୍ତ୍ତମାନ ଏହା ରୋଜଗାରର ଉତ୍ତମ ମାଧ୍ୟମ ପାଲଟିଛି । କିନ୍ତୁ ଅନେକ ସମୟରେ ଲୋକମାନେ ସ୍ଥାନ, କାଳ ଓ ପାତ୍ରର ଚିନ୍ତା ନକରି ରୀଲ୍ସ କରିଥାନ୍ତି ଯେଉଁଥିପାଇଁ ସୋମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ ।

ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଭିଡିଓରେ ଇଣ୍ଡିଗୋ ଫ୍ଲାଇଟରେ ଜରେ ମହିଳା ରୀଲ୍ସି କରୁଥିବାର ନଜର ଆସିଛନ୍ତି । ସେ ଏକ କଳା ରଂଗର ଶାଢ଼ୀ ପିନ୍ଧି ଫ୍ଲାଇଟ ଭିତରେ ମଝି ରାସ୍ତାରେ ସାଉଥ୍ ଗୀତରେ ନୃତ୍ୟ କରୁଥିବାର ନଜର ଆସିଛନ୍ତି । ବିମାନରେ ସମସ୍ତ ଯାତ୍ରୀ ନିର୍ଦ୍ଧାରିତ ସିଟରେ ବସିଥିବାବେଳେ କେବିନ୍ କ୍ରୁ ଓଭରହେଡ୍ ବିନ୍ ବନ୍ଦ କରୁଥିବାର ଦେଖାଦେଇଛି । ତେବେ ରୀଲ୍ସ କରୁଥିବା ମହିଳାଙ୍କ ଏପରି ବ୍ୟବହାରକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏଭଳି ଫାଲତୁ କାମ କରିବା ପାଇଁ ଏହା ତାଙ୍କ ପର୍ସନାଲ ଫ୍ଲାଇଟ୍ ନୁହେଁ ।’ ଏହି ଭିଡିଓ ବହୁତ ବେକାର ଅଟେ । ସାର୍ବଜନିକ ସ୍ଥାନରେ ଏପରି କରିବା ଲଜ୍ଜ୍ୟାର ବିଷୟ ଅଟେ । ସେହିପରି ଅନ୍ୟଜଣେ ଲେଖିଛନ୍ତି ‘ବିମାନ ଉଡ଼ାଣ ପାଇଁ ବିଳମ୍ବର କାରଣ’ ।

 

View this post on Instagram

 

A post shared by Salma Sheik (@salma.sheik.9216)

Get real time updates directly on you device, subscribe now.