fbpx

(Video) ସ୍ନେହ ମମତାର ନିଛକ ଉଦାହରଣ ପାଲଟିଲା ମା’ କୁକୁର; ଦେଖିଲେ ଆଖିରେ ଲୁହ ଜକେଇ ଆସୁଛି…

ଭଦ୍ରକ: ଆପଣମାନେ ଦେଖିପାରୁଥିବେ ଏ କୁକୁରଟିକୁ , ଆଉ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରି ପାରୁଥିବେ ଯେ କୁକୁରଟି କିପରି ଭାବରେ ବ୍ୟସ୍ତ ବିବ୍ରତ ହୋଇ ପଡୁଛି । ପାଟି ଖୋଲି କିଛି କହି ପାରୁନି ସତ ହେଲେ ତାର ସେ ନିିରିହ ଆଖି , ଅକୁହା କଥା , ମାର ମମତରା ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ । ସମୟ ଥିଲା ସମୟ ସନ୍ଧ୍ୟା ୮:୩୦ ଭଦ୍ରକ ସହର ଉପକଣ୍ଠ ମୁଖ୍ୟଡାକଘର ସାମ୍ନାରେ ଶୀତୁଆ ସନ୍ଧ୍ୟାରେ ଲୋକମାନେ କିଏ ଚାହା ପିଉଥାନ୍ତି ତ ଆଉ କିଏ ଗୁପଚୁପ ଖାଉଥାନ୍ତି ଠିକ ଏତିିକ ବେଳେ ନଜର ଯାଇ ପହଇଥିଲା ଗୋଟେ କୁକୁର ଉପରେ । ଗୋଟିଏ କୁକୁର ଅନ୍ୟ ଏକ କୁକୁର ଛୁଆକୁ ଦାନ୍ତରେ କାମୁଡି ଆଗକୁ ଚାଲଥିଲା ଯାହାକୁ ଦେଖି ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡିଥିବା ବେଳେ କିଛଇ ବାଟ ଗଲା ସେ କୁକୁର ଛୁଅଟାକୁ ତଳେ ରତ୍କ ମା କୁକୁରଟି ତାକୁ ଚାଟିବ। ଲାଗିଲା ବାରମ୍ବାର ତାକୁ ଉଠେିବା ପାଇଁ ଚେଷ୍ଟା କରୁଥିଲା କାଲି ମା କୁକୁରଟି ନୁହେଁ ମା ପାକରେ ଥିବା ଆଉ ଗୋଟିଏ କୁକୁର ଛୁଅ ମଧ୍ୟ ତଳେ ଣେଶାଇଥିବା କୁକୁରକୁ ଉଠାିବା ବହୁତ ଚେଷ୍ଟା କରୁଥିଲା । ହେଲେ ସେ କୁକୁର ଛୁଆଟି ଉଠି ନଥିଲା ଯାହାକୁ ଦେଖିଲା ପରେ ସେଠାରେ ଠିଆ ହୋଇଥିବା ପ୍ରତ୍ୟେକଟି ଲୋକ ହୃଦୟଙ୍ଗମ କରି ସାରିଥିଲେ ଯେ ପ୍ରକୃତ ଘଟଣାଟି କଣ । ଆଉ ଏହି ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

କାରଣ ବାସ୍ତବିକ କୌଣସି କାରଣ ବସତଃ କୁକୁର ଛୁଆଟି ମରିଯାଇଥିବା ବେଳେ ତାର ମା ତଥା ମା କୁକୁର ଟି ତା ଛୁଆର ଶବକୁ ଶୁନ ଶାନ ସ୍ଥାନକୁ ନେଇଯାଉଥିଲା କାରଣ ମାଆର ଇଚ୍ଛା ଶେଷ ଥର ପାଇଁ ନିରୋଳାରେ ତା ଛୁଆକୁ ଟିକେ ମନଭରି ଦେଖିବ ।କେମିତି ବା ନଦେଖିବ ସେ ପରା ଜନ୍ମଦାତ୍ରୀ ସେ ପରା ଗର୍ଭରେ ରଖି ଜନ୍ମ ଦେଇଛି ଆଉ ଆଜି ଯେତେବେଳେ ତାର ସେହି ଛୁଆଟି ତାର ଆଖି ସାମ୍ନାରେ ଶବ ହୋଇଯାଇଛି କେମିତି ବା ସେ ସହିବ, କେମିତି ଧର୍ଯ୍ୟ ଧରିବ ସେ ମାଆ ଟି । ମାଆ କୁକୁର ତା ଛୁଆକୁ ମନଭରି ଦେଖୁଛି ଶେଷ ସମୟ ପାଇଁ ଆଉ ଜନ୍ମ କଲା ବେଳେ ଯେମିତି ନିଜେ ଚାଟି ଚାଟି ସବୁ ମଇଳାକୁ ସଫା କରୁଥିଲା ଆଜି ଠିକ ସେହିପରି ଚାଟୁଛି ଆଉ ମନରେ ଭାବୁଛି ମୋ ଛୁଆ ମୋ ପାଖରେ ଏବେ ବି ଅଛି କିନ୍ତୁ ମନରେ ସବୁ କୋହକୁ ସମ୍ଭାଳି ଆଉ ଦୁଇଟା ଛୁଆକୁ ସ୍ତନ୍ୟପାନ ମଧ୍ୟ କରାଉଛି । ଶେଷରେ ମା କୁକୁର ଟି ସବୁ ବୁଝିସାରିଛି ଆଉ ଯେଉଁଠି ତାର ଛୁଆର ମୃତ୍ୟୁ ହୋଇଥିଲା ସେହି ସ୍ଥାନ ଯାଏ ଶୁଙ୍ଘି ଶୁଙ୍ଘିଯାଉ ଛି ପୁଣି ଫେରିଆସୁଛି କାରଣ ସେ ଜାଣିଛି ଆଉ ତା ଛୁଆ ଫେରିବନି ।ଶେଷରେ ଏକ ନିରବ ନିସ୍ତବ୍ଦ ସ୍ଥାନକୁ ନେଇଯାଉଛି ତାର ଛୁଆକୁ ସମାଧି ଦେବା ପାଇଁ ।ତେବେ ଦର୍ଶକ ବନ୍ଧୁ ଆଜିକାର ଏ ସ୍ୱାର୍ଥପର ସମାଜ ଏହି ଦୃଶ୍ୟ କୁ ଦେଖିବା ପରେ ନିଶ୍ଚିତ ଭାବେ କିଛି ଶିଖିବ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ । ଆଜିର ସ୍ୱାର୍ଥପର ସମାଜ କେଉଁଠି ନିଜ ଜନ୍ମ କଲା ମାଆର ମୃତ୍ୟୁ ପରେ ସାମାନ୍ୟ ବିବାଦ କୁ କେନ୍ଦ୍ରକରି ପୁଅ ମାଆର ମୃତ ଦେହ କୁ ଛୁଇଁ ନଥିବା ବେଳେ ସେହିପରି ନିଜର ଛୁଆ କୁ ସାମାନ୍ୟ ଘଟଣା କୁ ନେଇ ମାଆ ନିଜ ହାତରେ ହତ୍ୟା କରୁଛି ଜନ୍ମ କଲା ଛୁଆ କୁ । ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି ଏହି କଳୁଷିତ ସମାଜରେ । ହେଲେ ଆଜିର ସମାଜରେ ପଶୁ ହେଲେବି ହଜି ଯାଇନି ମାନବିକତା ଆଉ ସ୍ନେହ ମମତାର ନିଛକ ଉଦାହରଣ ପାଲଟୁଛନ୍ତି ।

Get real time updates directly on you device, subscribe now.