ନୂଆଦିଲ୍ଲୀ: ଓଡ଼ିଆରେ ଗୋଟେ କଥା ଅଛି- ବିଶ୍ୱାସେ ମିଳେ ହରି । ଅର୍ଥାତ୍ ବିଶ୍ୱାସ ହିଁ ଭଗବାନ । ବିଶ୍ୱାସ ଓ ଭଗବାନଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଗାଡ଼ିରେ ୩ଟି ମୁଣ୍ଡଥିବା ଗୋମାତାଙ୍କୁ ନେଇ ଲୋକଙ୍କୁ ଦର୍ଶନ କରାଯାଉଛି । ଗାଡ଼ିର ଆଗରେ ରହିଛି ବ୍ରହ୍ମା, ବିଷ୍ଣୁ- ମହେଶ୍ୱରଙ୍କ ତ୍ରିନାଥ ମୂର୍ତ୍ତି । ଗାଡ଼ିଟିକୁ ଏକ ରଥ ଭଳି ସଜା ଯାଇଛି । ସଜିତ ଗାଡ଼ି ଉପରେ ହିନ୍ଦିରେ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି ‘ ଚାର୍ ଧାମ୍ ଯାତ୍ରା ‘ ।
ଭିଡିଓଟିକୁ ଥରେ ଆଖି ପକାଇଲେ, ବ୍ରହ୍ମା, ବିଷ୍ଣୁ- ମହେଶ୍ୱରଙ୍କ ତ୍ରିନାଥ ମୂର୍ତ୍ତି ମନ ଭିତରେ ଆପେ ଆପେ ଆଙ୍କି ହୋଇଯାଉଛି । ଗୋମାତାଙ୍କୁ ଦେଖିଲେ ପ୍ରତିତ ହେଉଛି, ସେ ସତେ ଯେମିତି ବ୍ରହ୍ମା, ବିଷ୍ଣୁ- ମହେଶ୍ୱରଙ୍କର ଏକ ଚଳନ୍ତି ପ୍ରତିମା । ଭିଡିଓଟି କେଉଁଠିକାର ତାହା କିଛି ଜଣା ପଡ଼ିନାହିଁ । ଏହି ଭିଡିଓକୁ ସୋମିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @Sonali_S2 ନାମକ ଏକ ଆକାଣଣ୍ଟରୁ ପୋଷ୍ଟ କରାଯାଇଛି । ଅନେକ ଲୋକ ଏହି ଭାଇରାଲ ଭିଡିଓକୁ ଦେଖାବା ସହ ଲାଇକ୍ କମେଣ୍ଟ ଓ ସେୟାର କରୁଛନ୍ତି ।
ଜଣେ ୟୁଜର୍ ଲେଖିଛନ୍ତି- “ଏହାଙ୍କୁ ଜଣେ ପାଇଁ ବହୁତ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ ଏବଂ ଏହାକୁ ବିଶେଷ ଆଶୀର୍ବାଦ ଏବଂ ଦିବ୍ୟ ଆଶୀର୍ବାଦର ସଙ୍କେତ ଭାବରେ ବିବେଚନା କରାଯାଏ । ଏହା ହିନ୍ଦୁ ଧର୍ମରେ ‘ବିଷ୍ଣୁ’, ‘ଶିବ’ ଏବଂ ‘ବ୍ରହ୍ମା’ର ରୂପ ସହିତ ବିଶେଷ ଭାବରେ ଜଡ଼ିତ, ଯାହା ଜୀବନରେ ଶାନ୍ତି, ସମୃଦ୍ଧି ଏବଂ ନିରନ୍ତର ଉନ୍ନତିର ପ୍ରତୀକ ଅଟେ ।”
त्रिमुखी गाय के अद्भुत ,अलौकिक दुर्लभ दर्शन ❣️ pic.twitter.com/Thi8DfxYsI
— Sonali Shukla (@Sonali_S2) December 16, 2024