(Video): ତୁମେ ପାକିସ୍ତାନୀ…ଦିଲ୍ଲୀ Uber ଡ୍ରାଇଭର ରାତି ଅଧରେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇଦେଲା, ଜାଣନ୍ତୁ ପୁରା ମାମଲା
ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ Uber ଡ୍ରାଇଭର ରାତିରେ ଏହାର ଯାତ୍ରୀଙ୍କୁ ମଝି ରାସ୍ତାରେ ଓହ୍ଲାଇ ଦେଇଥିଲେ । ଗାଡ଼ିରେ ଥିବା ଜଣେ ମହିଳା ଓ ପୁରୁଷଙ୍କ ସହ ଯୁକ୍ତିତର୍କ ପରେ Uber ଡ୍ରାଇଭର ଏଭଳି କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାରୁ ପ୍ରକାଶ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଏହି ଭିଡିଓରେ ଦର୍ଶାଯାଇଛି ଯେ ଜଣେ କ୍ୟାବ୍ ଡ୍ରାଇଭର କିପରି ଏହାର ଯାତ୍ରୀଙ୍କ ଉପରେ ଚିତ୍କାର କରୁଛନ୍ତି । ସେ କହୁଛନ୍ତି, ହଁ, ତୁମେ ଏକ ପାକିସ୍ତାନୀ, ତୁମେ ମଧ୍ୟ । ଏହି ଭିଡ଼ିଓ ରେକର୍ଡ଼ିଂ କରୁଥିବା ମହିଳା ଏହାର ପତିକ୍ରିୟାରେ କହିଥିଲେ, ‘ସାଢ଼େ ୧୨ଟା ରାତିରେ ଏହି ଲୋକ ଆମକୁ ମଝି ରାସ୍ତାରେ ଓହ୍ଲାଇ ଦେଲା । ଏହା ହେଉଛି ମୋଦୀ ଜୀଙ୍କ ଭାରତ ।’ ଏହା ପରେ ଡ୍ରାଇଭର ସେମାନଙ୍କୁ ଅପମାନିତ କରି କହିଲା, ‘ତୁମେ ସବୁ ହଲାଲାର ବଂଶଧର’ ।
କ୍ୟାବରେ ଥିବା ମହିଳାଙ୍କ କହିବାନୁଯାୟୀ ତାଙ୍କ ସହ ଯାତ୍ରା କରୁଥିବା ପୁରୁଷ ବନ୍ଧୁଙ୍କ ସହ ସେ କଥାବାର୍ତ୍ତା ହେଉଥିଲେ । ପୁରୁଷ ବନ୍ଧୁ ଜଣଙ୍କ ଦିଲ୍ଲୀବାସୀ ଏବଂ ପାକିସ୍ତାନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଉପରେ ନିଜ ମନ୍ତବ୍ୟ ଦେଇଥିଲେ । ଏଥିରେ ଡ୍ରାଇଭର ଜଣଙ୍କ ଆପତ୍ତିଜନକ କହିବା ସହ କ୍ରୋଧିତ ହୋଇଥିଲେ । ଏହି ପ୍ରସଙ୍ଗକୁ ନେଇ ଦୁହିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଡ୍ରାଇଭର ଜଣଙ୍କ ମହିଳାଙ୍କ ପୁରୁଷ ବନ୍ଧୁଙ୍କୁ କଥା ଉପରେ ନିୟନ୍ତ୍ରଣ କରିବାକୁ କହିଥିଲେ । ଏହି ସବୁ ଦୃଶ୍ୟ ମହିଳା ଜଣଙ୍କ ରେକର୍ଡ଼ କରୁଥିଲେ । ଏଥିରେ ମହିଳା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ପାଇଁ ସ୍ପଷ୍ଟିକରଣରେ କହିଥିଲେ, ‘ସେ କେବଳ ଦିଲ୍ଲୀବାସୀଙ୍କୁ ନେଇ ଏକ ସାଧାରଣ ମନ୍ତବ୍ୟ ପ୍ରକାଶ କରୁଥିଲେ । ତାଙ୍କର ପାକିସ୍ତାନ କିମ୍ବା ଡ୍ରାଇଭରଙ୍କ ସହ କିଛି ସମ୍ପର୍କ ନାହିଁ ।’
A Pakistani and his female friend were abusing Indians & calling them Matlabparast.
The Uber driver initially told them to stop being disrespectful. He threw them both out when they crossed their limits.
Man with a spine 🔥 pic.twitter.com/tSY7YCtm8M
— BALA (@erbmjha) August 11, 2024
ଏହା ପରେ ମହିଳା ଜଣଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ ଅସୁବିଧାଜନକ ଅନୁଭୂତିକୁ ଶେୟାର କରିଥିଲେ । ସେ ଲେଖିଛନ୍ତି, ‘ସତ କହିବାକୁ ଗଲେ ମୁଁ ଜଣେ ଉଚ୍ଚ ଜାତି, ହିନ୍ଦୁ ଜନ୍ମିତ, ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ମହିଳା ଏବଂ ମୋ ସହ ଏଭଳି ବ୍ୟବହାର ହେଉଛି । ବର୍ତ୍ତମାନ କଳ୍ପନା କରନ୍ତୁ ଅନ୍ୟମାନଙ୍କ ସହ କ’ଣ ହେଉଥିବ । ଘରକୁ ଫେରିବା ପାଇଁ ଏହା ଏକ ଉବର ରାଇଡ୍ । ଏହା ଏକ A1 ଯାତ୍ରା, ହିନ୍ଦୁତ୍ୱ କ’ଣ ଜିତୁଛି ବସ୍ । ମୋ ପାଖରେ ଯେତିକି ସାହସ ଥିଲା କିଛି ହରାଇସାରିଛି ।’