fbpx

ମାନସିକ ରୋଗ ବିଭାଗରେ ଭର୍ତ୍ତି ହେଲେ ବିଦ୍ୟାଶ୍ରୀ

Advertisement

ଭୁବନେଶ୍ୱର, ୨୬ା୧୨ (ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଗତ ୧୬ ତାରିଖ ଦିନ ବିଦ୍ୟାଶ୍ରୀ ଫେସବୁକ ଲାଇଭ ଭିଡିଓରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ବିଦ୍ୟାଶ୍ରୀ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି ବୋଲି ଡାକ୍ତରଙ୍କ ହୃଦବୋଧ ହୋଇଛି । ତେଣୁ ତାଙ୍କୁ ମାନସିକ ବିଭାଗରେ ଆଡମିଟ କରିବା ପାଇଁ ସୁପାରିଶ କରାଯାଇଛି । ଡାକ୍ତରମାନେ ବିଦ୍ୟାଶ୍ରୀଙ୍କୁ ନିଦ ବଟିକା ଦେବା ସହ ତାଙ୍କର ସୁରକ୍ଷା ଦାୟିତ୍ୱରେ ସୁରକ୍ଷାକର୍ମୀ ରହିଥିବା ଜଣାପଡ଼ିଛି । ତେବେ ବିଦ୍ୟାଶ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯାଉଥିବା ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.