fbpx

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ଏକକାଳୀନ ଛଅଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଶ୍ରୀ ମାନସ ରଂଜନ ସାମଲଙ୍କ ଘରେ ଭିଜିଲାନ୍ସ । ମାନ୍ୟବର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ର ୩ ଡିଏସପି, ୧୧ ଇନ୍ସପେକ୍ଟର,୨ ସବ୍ ଇନ୍ସପେକ୍ଟର, ୨ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଖୋଜା ଚାଲିଛି।

ଏକକାଳୀନ ଛଅ ଟି ସ୍ଥାନ ରେ ଚଢ଼ାଉ ଜାରି ରହିଛି । କଟକ ସିଡିଏ ସ୍ଥିତ ପ୍ଲଟ୍ ନଂ E / ୧୨୨, ସେକ୍ଟର -୭, ଉପରେ ଟ୍ରିପଲ୍ ଷ୍ଟୋରୀ ବିଲ୍ଡିଂ , ଚମ୍ପତିପାଟନ, ସାଲିପୁରର ଏକ ମହଲା ଘର , କଣ୍ଟିଲୋ, ଜାଟାନିସ୍ଥିତ ସୃଷ୍ଟି ପ୍ଲାଜାର ଏକ ଫ୍ଲାଟ , ସମ୍ପର୍କୀୟଙ୍କ ଆବାସିକ ଘର କୁଜଙ୍ଗ ନିକଟସ୍ଥ ଗଣ୍ଡିକାପୁରର ,ଜିପିଏଚ୍ ଡିଭିଜନ୍ -୧ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ , ସାଲେପୁର ଚମ୍ପାଟିପାଟନାରେ ଅବସ୍ଥିତ ତାଙ୍କ ବନ୍ଧୁଙ୍କ ଘରେ ଚଢାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରି ରହିଛି।

Get real time updates directly on you device, subscribe now.