fbpx

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଲାଞ୍ଚ ବେଳେ ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପାପଡ଼ାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜେଇ ବୀଣାପାଣି ବେହେରା । ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିବା ଅଭିଯୋଗ ।

ସେପଟେ ଜେଇଙ୍କୁ ଭିଜିଲାନ୍ସ ପୋଲିସ୍ ଗାଡ଼ିରେ ନେବାବେଳେ ଅଟକାଇଲେ ଲୋକେ । ଜେଇଙ୍କୁ ମିଛ କେସରେ ଫସା ଯାଉଥିବା ଅଭିଯୋଗ କରି ଅଟକାଇଲେ ଲୋକେ । ଘଟଣା ସ୍ଥଳରେ ପହଞ୍ଚି ଭିଜିଲାନ୍ସ ଟିମକୁ ଉଦ୍ଧାର କଲା ପାପଡ଼ାହଣ୍ଡି ପୋଲିସ୍ ।

Get real time updates directly on you device, subscribe now.