fbpx

ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର, ୨ ଦିନ ତଳେ ଗିରଫ କରିଥିଲା ଭିଜିଲାନ୍ସ

ଭୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବିଦା କରାଯାଇଛି । ତାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର । ଦୁଇ ଦିନ ତଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବିପୁଳ ଆୟ ବହିର୍ଭୂତ ସଂପତ୍ତି ଠାବ ପରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା ।

ସୂଚନା ଅନୁଯାୟୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବାସଭବନରୁ ନଗଦ ୩କୋଟି ଟଙ୍କା ସହ ୫କୋଟିର ଅଧିକ ସଂପତ୍ତି ମିଳିଥିଲା । ଆୟଠାରୁ ୫୦୦ ପ୍ରତିଶତରୁ ଅଧିକ ସଂପତ୍ତି ଭିଜିଲାନ୍ସ ଠାବ କରିଥିଲା ।  ପ୍ରଶାନ୍ତ ରାଉତଙ୍କୁ ଜୁଲାଇ ୭ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ନିଆଯାଇଥିଲା । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା ।

ଯେଉଁଠାରେ ଲୋକେ ଖାଇବାକୁ ପାଉନାହାନ୍ତି ସେଠାରେ ନବରଙ୍ଗପୁର ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ଠାରୁ ଏପରି ଟଙ୍କା ମିଳିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି । ଦୁଇ ଦିନର ଆକଳନ ପରେ ତାଙ୍କ ପାଖରୁ ୫କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ସୂଚନା ଦେଇଛି ଭିଜିଲାନ୍ସ ।

Get real time updates directly on you device, subscribe now.